କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରତିକ୍ରିୟା । ଆସନ୍ତା କାଲି ଅବପାତର ରୂପ ନେବ । ୨୩ ଅକ୍ଟୋବରର ସୁଦ୍ଧା ତୀବ୍ର ଅବପାତ ରୂପ ଆକଳନ । ୨୪ ତାରିଖରେ ସାମୁଦ୍ରିକ ଝଡ ରୂପ ନେଇପାରେ । ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ୨୫ ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁପାରେ ବାତ୍ୟା । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳ ଭାଗ ଛୁଇଁପାରେ ବାତ୍ୟା । ଓଡିଶା ସ୍ଥଳଭାଗ ଛୁଇଁବନି ବାତ୍ୟା ।
ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବ । କିଛି ସ୍ଥାନରେ ପ୍ରଳ ବର୍ଷା ହେବା ସମ୍ଭାବନା ରହିଛି । ଓଡିଶା ଉପକୂଳରୁ ୨୦୦ କିମି ଦୂରରେ ଗତି କରିବ ବାତ୍ୟା । ଉପକୂଳରେ ୫୦ରୁ ୬୦ କିମି ବେଗରେ ପବନ ବହିବାର ଆକଳନ କରାଯାଇଛି । ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ସଜାଗ ରହିଛନ୍ତି । ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି ବୋଲି କହିଛନ୍ତି ଏସଆରସି । ବାତ୍ୟାକୁ ନେଇ ଆତଙ୍କିତ ନହେବାକୁ ଜନସାଧାରଣଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସତର୍କତା ପାଇଁ ଓଡ୍ରାଫ, ଅଗ୍ନିଶମ ଓ ଏନଡିଆରଏଫ ମୁତୟନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/14-9.jpg)