କନକ ବ୍ୟୁରୋ : ଅକ୍ଟୋବର ମାସ ଆରମ୍ଭ ହେବା ସହ ସାଧାରଣତଃ ଓଡିଶାବାସୀଙ୍କୁ ବାତ୍ୟାର ଭୟ ରହିଥାଏ । ତେବେ ଚଳିତଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିପାରେ । ଆଇଏମଡିର ସୂଚନା ଅନୁସାରେ ଏଲନିନୋର ପ୍ରଭାବ ଥିବାରୁ ଏବର୍ଷ ବିଶେଷ ବାତ୍ୟା ଆସିନପାରେ । ତଥାପି ଡିସେମ୍ବର ପର୍ଯ୍ୟନ୍ତ ସ୍ଥିତି ଉପରେ ସତର୍କ ନଜର ରହିଛି ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଓଡିଶାରୁ ଏବେ ମୌସୁମୀ ଫେରିଯିବାର ସମୟ ରହିଛି । କିନ୍ତୁ ଚଳିତଥର ଏହା ବିଳମ୍ବରେ ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।
ତେଣୁ ବାତ୍ୟା ସୃଷ୍ଟିରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବାଧକ ହେବ ବୋଲି ସୂଚନା ରହିଛି । ପଶ୍ଚିମ ଓଡିଶାରୁ ମୌସୁମୀ ଫେରିଯିବାକୁ ୧୫ ତାରିଖ ହୋଇପାରେ ବୋଲି ସୂଚନା ରହିଥିବା ବେଳେ ଉପକୂଳ ପାଇଁ ଆଉ କିଛି ଦିନ ସମୟ ଲାଗିପାରେ । ପଶ୍ଚିମବଙ୍ଗ, ଝାଡଖଣ୍ଡର କିଛି ଅଂଚଳ ସହ ଉପକୂଳ ଓଡିଶାରେ ଏବେ ଦକ୍ଷିଣରୁ ସାମୁଦ୍ରିକ ପବନ ପ୍ରବାହିତ ହେଉଛି । ନିକଟରେ ଉତରା ପବନ ବହିବାରୁ ବିଶେଷ ସଙ୍କେତ ନାହିଁ । ଫଳରେ ମୌସୁମୀ ଟିକେ ବିଳମ୍ବରେ ଫେରିପାରି ବୋଲି ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2023/09/cyclone-33-750x430-1.jpg)