କନକ ବ୍ୟୁରୋ: ବାତ୍ୟା ମୋକାକୁ ନେଇ ଭାରତୀୟ ପାଣିପାଗ ବିଭାଗ ବଡ ସୂଚନା ଦେଇଛି । ଆଗାମୀ ୬ ଘଣ୍ଟାରେ ଏହି ବାତ୍ୟା ଘାତକ ରୂପ ଧାରଣ କରିବ । ଏହା ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେବ । ବାତ୍ୟା ଲଗାତର ଉତ୍ତର-ଉତ୍ତର ପୂର୍ବଦିଗରେ ବଢିବାରେ ଲାଗିଛି । ବାତ୍ୟାର ଆଶଙ୍କାକୁ ନେଇ ଏନଡିଆରଏଫ ପ୍ରସ୍ତୁତ ରହିଛି । ପଶ୍ଚିମବଙ୍ଗରେ ଏନଡିଆରଏଫର ଟିମ ପ୍ରସ୍ତୁତ ରହିଛି । ଏହା ଛଡା ତ୍ରିପୁରା, ମିଜୋରାମ, ତଥା ଅନ୍ୟ କିଛି ଉତ୍ତରପୂର୍ବର ରାଜ୍ୟରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି ।
The SCS “Mocha” lay centered at 0230 hours IST of 12th May 2023 over Southeast adjoining Central Bay of Bengal about 520 km west-northwest of Port Blair. pic.twitter.com/RUHLs9MFSx
— India Meteorological Department (@Indiametdept) May 11, 2023
ବାତ୍ୟା ମୋକା ବାଂଲାଦେଶର କକ୍ସ ବଜାର ଏବଂ ମିଆଁମାରର କ୍ୟୁପ୍ୟୁର ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଆଇଏମଡିର ସୂଚନା ଅନୁସାରେ ଏହା ମେ ୧୪ ଦ୍ୱିପ୍ରହରରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୫୦ରୁ ୧୬୦ ଘଣ୍ଟା ପ୍ରତି କିଲୋମିଟର ରହିବ ଏବଂ ସର୍ବାଧିକ ବେଗ ୧୭୫ କିମି ପ୍ରତି ଘଣ୍ଟା ରହିବ ।