କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ମିଗଜୋମ ଧିରେ ଧିରେ ଦୁର୍ବଳ ହେଉଛି । କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ପରିଣତ ହୋଇ ଏବେ ତେଲେଙ୍ଗାନାରେ କେନ୍ଦ୍ରୀଭୁତ ହୋଇଛି ।
ଉତର ଦିଗରେ ଘଂଟାପ୍ରତି ୧୧ କିମି ବେଗରେ ଗତି କରି ଛତିଶଗଡ଼ ମୁହାଁ ହୋଇଛି ଗଭୀର ଅବପାତ । ଆଗାମୀ ୬ ଘଂଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରବର୍ତି ୬ ଘଂଟାରେ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣ ହେବାର ସମ୍ଭାବନା ରହିଛି । ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ବର୍ଷା ଓ ପବନର ବେଗ କମିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/cha.jpg)