କନକ ବ୍ୟୁରୋ: ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟାର ନାଁ ରଖାଯାଇଛି ‘ମିଧିଲି’ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଧିଲି’ ସୃଷ୍ଟି ହୋଇଛି । ଓଡ଼ିଶା ଉପରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ଏହା ଉତ୍ତର-ଉତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଛି । ଏବେ ବାତ୍ୟା ପାରାଦୀପଠାରୁ ୧୯୦ କିଲୋମିଟର ଓ ଦୀଘାଠାରୁ ୨୦୦ ଓ ବାଂଲାଦେଶର ଖେପୁପରାଠାରୁ ୨୨୦ କିଲୋମିଟର ଦୂରରେ ରହିଛି ।
ବାତ୍ୟା ‘ମିଧିଲି’ ଉତର-ଉତରପୂର୍ବ ଦିଗକୁ ଗତି କରି ବାଂଲାଦେଶ ଉପକୂଳକୁ ଛୁଇଁବ । ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ଭୋର ସୁଦ୍ଧା ଖେପୁପରା ଉପକୂଳ ଛୁଇଁବ । ଉପକୂଳ ଅତିକ୍ରମ କରିବା ବେଳକୁ ପବନର ବେଗ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ରହିପାରେ । ଅତିବେଶୀରେ ୮୦ କିଲୋମିଟର ବେଗରେ ପବନ ବହିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/9-20.jpg)