କନକ ବ୍ୟୁରୋ :  ଲ୍ୟାଣ୍ଡଫଲ କଲା ବାତ୍ୟା ମିଗଜୋମ । ଆନ୍ଧ୍ର ଉପକୂଳ ବାପଟଲାରେ ସ୍ଥଳଭାଗ ଛୁଇଁଲା ମିଗଜୋମ । ସ୍ଥଳଭାଗ ଛୁଇଁବା ସମୟରେ ଘଂଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିଛି । ସର୍ବାଧିକ ୧୧୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ପବନର ଝଟକା । ସେପଟେ ବାତ୍ୟା ଯୋଗୁ ଭୟଭୀତ ହୋଇପଡିଛନ୍ତି  ଚାଷୀ ମାନେ । ଅମଳ ସମୟରେ ଚାଷୀଙ୍କୁ ବର୍ଷା ଚିନ୍ତା ଘାରିଛି । ଅନ୍ୟ ସ୍ଥାନ ଭଳି ବଲାଙ୍ଗୀର ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ହୋଇଥିବା ବେଳେ ଲୋକଙ୍କ ଧାନ ସବୁ ଭିଜି ଯାଇଛି । ତେଣୁ ପାଚିଲା ଧାନ ଗଜା ହେବାର ଆଶଙ୍କା କରିଛି ଚାଷୀ ।  ଅକ୍ଳାନ୍ତ ପରିଶ୍ରମ କରି ଚାଷ କରିଥିବା ଚାଷୀ ଅମଳ ସମୟରେ ଚିନ୍ତାରେ ପଡ଼ିଛି । ଚାଷୀ ବିଭିନ୍ନ ସ୍ଥାନରୁ ପଚିଲା ଧାନସବୁ କାଟି ନେଉଥିବାର ଦେଖିବକୁ ମିଳିଛି ।

Advertisment

ଅନ୍ୟସ୍ଥାନ ଭଳି  ବାତ୍ୟା ଯୋଗୁ ଢେଙ୍କାନଳରେ ଚାଷୀଙ୍କ ମନରେ ଭୟ ।  ବର୍ଷା ଭୟରେ ରାତି ସାରା ଧାନ କାଟିନେଉଛନ୍ତି  ଢେଙ୍କାନାଳର ଚାଷୀ କୂଳ । ଧାନ ନଷ୍ଟ ହେବା ଆଶଙ୍କା କରି ଚାଷୀ ମାନେ ରାତି ସାରା ମେସିନ ଲଗାଇ ଧାନ କାଟିଛନ୍ତି । ଅମଳ ସମୟରେ ଅଦିନିଆ ବର୍ଷା ଆଶାଙ୍କା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ତେଣୁ ତରତର ହୋଇ ଧାନ ସାଇତି ରଖିବାରେ ବ୍ୟସ୍ତ ଅଛନ୍ତି ଚାଷୀ ମାନେ ।