କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢୁଛି ବାତ୍ୟା ‘‘ମିଗଜାଉମ୍’ । ୬ ଘଣ୍ଟା ହେବ ୫ କିଲୋମିଟର ବେଗରେ ଗତି କରୁଛି । ପାଣିପାଗ ବିଭାଗର ତଥ୍ୟ ମୁତାବକ, ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟନମ୍ ଉପକୂଳ ଦେଇ ଅତିକ୍ରମ କରିବ ।
ସୂଚନା ମୁତାବକ, ବାତ୍ୟା ପ୍ରଭାବରେ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ପବନ ବୋହିବ । ଏହାସହ ଆନ୍ଧ୍ରର ପୁଦୁକୋଟୋଇ, ଜଞ୍ଜାବୁର, ତିରୁବରୁତ, ନାଗପଟ୍ଟିନମ୍, ତିରୁବଲ୍ଲୁର, ଚେନ୍ନାଇ, କାଞ୍ଚିପୁରମ୍, ରାନୀପେଟ, ଚେଙ୍ଗଲପଟ୍ଟୁ, ବିଲ୍ଲୁପୁରମ୍, କୁଡ୍ଡାଲୋର ଅ୍ରାଦି ଜିଲ୍ଲାରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ର ସରକାର ଶନିବାର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାର ପ୍ରଭାବ ରେଲୱେ ଉପରେ ବି ପଡିବାର ସମ୍ଭାବନା ଥିବାରୁ ୩ରୁ ୭ ଡିସେମ୍ବର ଯାଏଁ ଦୂରଗାମୀ ଟ୍ରେନ ଗୁଡିକୁ ବାତିଲ କରାଯାଇଛି । ବାତ୍ୟା ଯୋଗୁଁ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/12/28-1.jpg)