କନକ ବ୍ୟୁରୋ : ବାତ୍ୟା ‘ମିଗଜୋମ’ ଆନ୍ଧ୍ରପ୍ରଦେଶର ବାପଟଲା ସମୁଦ୍ର ତଟ ଦେଇ ଅତିକ୍ରମ କରିଛି । ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିଥିଲା । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ  ପ୍ରବଳ ବର୍ଷା ହୋଇଛି । ବାପଟଲା ସମୁଦ୍ର ତଟ ଦେଇ ବାତ୍ୟା ଅତିକ୍ରମ କରିବା ପୂର୍ବରୁ ସମସ୍ତ ନାଗରିକଙ୍କୁ ସମୁଦ୍ର ତଟରୁ ଦୂରକୁ ନିଆଯାଇଥିଲା । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷା କାରଣରୁ ରାସ୍ତା ବୁଡିଯିବା ସହ ଅନେକ ଘରେ ପାଣି ପଶିଯାଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ ଏବେ ପବନର ବେଗ କମିଛି । ତାମିଲନାଡୁର ଭିନ୍ନ ଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଫଶି ରହିଥିବା ଲୋକଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଉଛି । ବର୍ଷା କାରଣରୁ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ ମିଳିଛି । ଏନଡିଆରଏଫର ମୋଟ ୨୯ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।