ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା । ଅବପାତର ରୂପ ନେଲା ଲଘୁଚାପ, ଓଡିଶାରେ ବାତ୍ୟା ନୁହେଁ, ବର୍ଷାର ସମ୍ଭାବନା ।

1,942

କନକ ବ୍ୟୁରୋ : ଅବପାତର ରୂପ ନେଲା ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଏବେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ବର୍ତ୍ତମାନ ପାରାଦୀପ ଠାରୁ ୯୫୦ କିଲୋମିଟର ଦୂରରେ ରହିଛି । ଆଣ୍ଡାମାନ ସାଗର ଦ୍ୱୀପ ଠାରୁ ଏହା ହଜାରେ କୋଟିଏ କିଲୋମିଟର ଦୂରରେ ରହିଛି ।

ତେବେ ଏହାରି ଭିତରେ ବର୍ତ୍ତମାନ ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଏହି ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ଓଡିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା କମ୍ ରହିଛି ।

ବାତ୍ୟାର ସମ୍ଭାବନା ଏତେଟା ନଥିଲେ ମଧ୍ୟ ଓଡିଶା ଉପକୂଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୯ ତାରିଖରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ୧୦ ତାରିଖରେ ଉତ୍ତର ଓଡିଶାରେ ବର୍ଷା ହେବା ନେଇ ସୂଚନା ମିଳିଛି । ତେବେ ଆଭ୍ୟନ୍ତରୀଣ ଓଡିଶାରେ ଏହାର ପ୍ରଭାବ କମ୍ ପଡିବ । ତେବେ ୮ ତାରିଖ ପୂର୍ବରୁ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିଆସିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ।