କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୁସ ମଧ୍ୟରାତ୍ରୀରେ ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାକୁ ନଜରରେ ରଖି ତାମିଲନାଡୁର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରିରହିଛି । ଆଇଏମଡିର ସୂଚନା ଅନୁସାରେ ଗୁରୁବାର ମଧ୍ୟରାତ୍ରୀରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ, ଶ୍ରୀହରିକୋଟା ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବ । ଏଥିପାଇଁ ଏହି ସବୁ ଅଞ୍ଚଳରେ ହାଇଆଲର୍ଟ ଜାରି ରହିଛି ।
ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଡିପ ଡିପ୍ରେସନରେ ପରିଣତ ହୋଇଥିଲା । ବୁଧବାର ଏହା ଚେନ୍ନାଇଠାରୁ ପାଖାପାଖି ୭୫୦ କିଲୋମିଟର ଦୂରରେ ରହିଥିଲା । ଗୁରୁବାର ଆଇଏମଡି ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ବାତ୍ୟା ମାଣ୍ଡୁସ କରାଇକଲର ଦକ୍ଷିଣ ପୂର୍ବରୁ ପ୍ରାୟ ୫ ଶହ କିମି ଦୂରରେ ଦକ୍ଷିଣ ପଶ୍ଚିମରେ ଉପସ୍ଥିତ ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/hdhdhdh.jpg)