କନକ ବ୍ୟୁରୋ: ବାତ୍ୟା ମାଣ୍ଡୋସ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ଲାଗିଛି । ବର୍ଷା ଯୋଗୁ ସତର୍କ ହୋଇପଡ଼ିଛନ୍ତି ଚାଷୀ କୂଳ । ଚାଷ ଅମଳ ସମୟରେ ବର୍ଷା ହେଉଥିବାରୁ ଚାଷୀ ଧାନ ସବୁ କାଟି ନେଉଛନ୍ତି । ଆଉ କିଛି ଚାଷୀ କଟା ଧାନକୁ ସୁରକ୍ଷିତ ସ୍ଥାନକୁ ବୋହିବାରେ ଲାଗିପଡିଛନ୍ତି । କିଛି ସ୍ଥାନରେ ଏକର ଏକର ଚାଷ ଜମିଗୁଡିକରେ ଚାଷୀ ଧାନ କାଟି ରଖିଛନ୍ତି ।
ହେଲେ ଚାଷୀ ବାତ୍ୟା କି ବର୍ଷା ସମ୍ପର୍କରେ ଜାଣି ନଥିବାରୁ ଅମଳ ଫସଲ ନେଇପାରିନାହାନ୍ତି । ବିଲରେ ପଡି ପଡି ପାଚିଲା ଧାନ ଭିଜିବାରେ ଲାଗିଛି । ଏହିଭଳି କିଛି ଦୃଶ୍ୟ ଗଜପତିର ବିିଭିନ୍ନ ଅଂଚଳରେ ଦେଖିବାକୁ ମିଳିଛି । ପାଗ ଅନୁକୂଳ ଥିବାରୁ ଚଳିତଥର ଚାଷୀ ଭଲ ଫସଲ କରିଥିଲା । ଏବେ ବର୍ଷା ଯୋଗୁ ଧାନ ଭିଜିଗଲାଣି । କିଛି ଚାଷୀ ଧାନ ସବୁ ନେଇ ପାରିନଥିବା । ବେଳେ କିଛି ଚାଷୀ ଧାନ ସୁରକ୍ଷିତ ରଖିବାକୁ ପଲିଥିନ୍ ଖଣ୍ଡେ ବି ପାଉନାହାନ୍ତି ।
ସେପଟେ ଧାନ ମଣ୍ଡି ତାଲିକା ବି ଆସିନି । ମଣ୍ଡି ନେଇ ପ୍ରଶାସନର ଟାଳଟୁଳ ନୀତି ଯୋଗୁ ଚଳିତଥର ଚାଷୀ କ୍ଷତିରେ ପଡିବ ସେ ନେଇ ଆଶଙ୍କା କରୁଛି । ବର୍ଷାରେ ଅମଳ ଧାନ ଭିଜିଗଲେ ମଣ୍ଡିରେ ବି ଧାନ ନେବେନି । ଏନେଇ କିଛି ସହଯୋଗ ଆଶାରେ ବସିଛନ୍ତି ଚାଷୀ ।