ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ମହା’ ଏବେ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଇଛି। ଆଜି ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ମହା’ ଗୁଜୁରାଟ ଉପକୂଳ ଠାରୁ ୫୯୦ କିଲୋମିଟର ଦୂରରେ ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ।
ସୂଚନା ଅନୁଯାୟୀ, ସାମୁଦ୍ରିକ ବାତ୍ୟା ‘ମହା’ର ପ୍ରଭାବରେ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକ ସମେତ ଗୁଜୁରାଟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ସମୁଦ୍ର ଅଶାନ୍ତ ରହିବା ସହ ସମୁଦ୍ର ମଧ୍ୟରେ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ଧୀବରମାନଙ୍କୁ ପରାମର୍ଶ ଦିଆଯାଇଛି।
ତେବେ, ଏହି ସାମୁଦ୍ରିକ ବାତ୍ୟା ମହା କେବେ ଓ କେଉଁଠି ଉପକୂଳ ଅତିକ୍ରମ କରିବ ସେ ସଂପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ ଭାରତୀୟ ପାଣିପାଗ ବିଭାଗ।
ମାଡି ଆସୁଛି ସାମୁଦ୍ରିକ ବାତ୍ୟା ‘ମହା’ । ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
Advertisment
Follow Us