କନକ ବ୍ୟୁରୋ : ଆସୁଛି ମହାବାତ୍ୟା ‘ସିତରଙ୍ଗ’ ! ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରେ ସୁପର ସାଇକ୍ଲୋନ ସୃଷ୍ଟି ହେବା ନେଇ ଆମେରିକାର ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫରକାଷ୍ଟ ସିଷ୍ଟମ ତଥା ଜିଏଫଏସର ପୂର୍ବାନୁମାନ କରିଛି ।
ଜିଏଫଏସର ସୂଚନା ମୁତାବକ ଆସନ୍ତା ଅକ୍ଟୋବର ୧୭ରେ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଯାହା ୧୮ ତାରିଖ ସୁଦ୍ଧା ସାଇକ୍ଲୋନିକ୍ ଝଡ଼ ସୃଷ୍ଟି କରିବାର ସମ୍ଭାବନା ରହିଥିବା ନେଇ ଜଳବାୟୁ ଏବଂ ପାଣିପାଗ ଗବେଷକ ମୋସ୍ତାଫା କମଲ ପଲାସ କହିଛନ୍ତି । ଆସୁଥିବା ଏହି ବାତ୍ୟାର ନାମ ‘ସିତାରଙ୍ଗ’ ରଖାଯାଇଛି । ଏହା ବାତ୍ୟା ମହାବତ୍ୟାର ରୂପ ନେଇପାରେ ବୋଲି ଗବେଷକ ପଲାସ କହିଛନ୍ତିି । ଆନ୍ଧ୍ର- ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେ ଲ୍ୟାଣ୍ଡଫଲ ସମ୍ଭାବନା ରହିଛି । ମହାବାତ୍ୟା ହେଲେ ଘଣ୍ଟା ପ୍ରତି ୨୨୦ରୁ ୨୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।
ତେବେ ସବୁଠୁ ବଡ଼ କଥା ହେଉଛି ବାତ୍ୟା ସମୟରେ ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚତାର ଜୁଆର ଆସିବାର ସମ୍ଭାବନା ରହିଛି । ଆମେରିକା ପାଣିପାଗ ସଂସ୍ଥା ମହାବାତ୍ୟା ନେଇ ପୂର୍ବାନୁମାନ କରିଥିଲେ ମଧ୍ୟ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଏପରିକି ବାତ୍ୟାର ଆଶଙ୍କା ନଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟାରୁତୁର ମୁକାବିଲା ପାଇଁ ହୋଇଥିଲା ପ୍ରସ୍ତୁତି ବୈଠକ । ବାତ୍ୟାଋତୁ ପାଇଁ ପ୍ରସ୍ତୁତି ରହିବାକୁ ବିଭାଗ ଗୁଡ଼ିକୁ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/878743-579470-cyclone-debbie-reuters.jpg)