ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପାଣିରେ ଭାସିଲା ପାଚିଲା ଧାନ : କୃଷ୍ଣପ୍ରସାଦ ଅଂଚଳରେ ବ୍ୟାପକ ଫସଲ ନଷ୍ଟ ସମ୍ଭାବନା

Advertisment
ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପାଣିରେ ଭାସିଲା ପାଚିଲା ଧାନ : କୃଷ୍ଣପ୍ରସାଦ ଅଂଚଳରେ ବ୍ୟାପକ ଫସଲ ନଷ୍ଟ ସମ୍ଭାବନା

କନକ ବ୍ୟୁରୋ : ଜୱାଦ ପ୍ରଭାବରେ ଅସ୍ତରଙ୍ଗରେ ପ୍ରବଳ ବର୍ଷା ଜାରି ରହିଛି । ଏହା ସମୁଦ୍ର ମଧ୍ୟ ଅଶାନ୍ତ ରହିଛି । ପ୍ରବଳ ବର୍ଷା ଯୋଗୁଁ ପାଚିଲା ଧାନ କ୍ଷେତରେ ପାଣି ଜମି ଫସଲ ନଷ୍ଟ ହୋଇଛି । ବର୍ଷା ଓ ପବନ ମାଡ଼ ଯୋଗୁଁ ବିଲରେ ଶୋଇଛି ପାଚିଲା ଧାନ ଗଛ । ସେହିପରି ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଛି । କୋବି, ବାଇଗଣ, ଝୁଡ଼ଙ୍ଗ ଭଳି ଅନ୍ୟାନ ପନି ପରିବା ନଷ୍ଟ ହୋଇଛି । ଫଳରେ ଚିନ୍ତାରେ ପଡ଼ିଛନ୍ତି ଚାଷୀକୂଳ ।

ସେପଟେ, ବାତ୍ୟା ଟଳି ଥିଲେ ବି ବର୍ଷା ଲାଗି ରହିଥିବାରୁ ବାଲେଶ୍ୱର ଜିଲ୍ଲାରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବିଶେଷତଃ ପାଚିଲା ଧାନ ନଷ୍ଟ ହେବା ସୁନିଶ୍ଚିତ। ଜିଲ୍ଲାରେ ପ୍ରାୟତଃ ୭୦ ପ୍ରତିଶତ ପାଚିଲା ଧାନ ଅମଳ ହୋଇ ସାରିଛି। ତେବେ ଆଉ ୩୦ ପ୍ରତିଶତ ଧାନ ଅମଳ କରିବାକୁ ଥିବା ବେଳେ ବାତ୍ୟା ଆସିଛି। ୩-୪ ଦିନ ହେଲା ଚାଷୀମାନେ ତରବରିଆ ଭାବେ ପାଚିଲା ଧାନ କାଟିବାରେ ଲାଗିଛନ୍ତି । ସୁରକ୍ଷିତ ସ୍ଥାନ ଅଭାବରୁ କଟାଯାଇଥିବା ପାଚିଲା ଧାନ ବିଲରେ ପଡିଛି । ବର୍ଷା ଯୋଗୁ ବିଲରେ ପାଣି ଜମି ରହିଛି । ଏଥି ଯୋଗୁ ପାଚିଲା ଧାନ ଭିଜିଯାଇଛି ।

ସେପଟେ ଅମଳ ହୋଇଥିବା ଧାନ ମଧ୍ୟ ଭିଜିଛି । ସବୁ ଚାଷୀଙ୍କର ଖଳା ନଥିବାରୁ କିଲ ବାଡିରେ ତ ଆଉ କିଏ ବାରଣ୍ଡାରେ ଧାନ ଗଦା କରି ଦେଇଥିଲେ । ଅସୁରକ୍ଷିତ ଭାବେ ପଡିଥିବା ଧାନ ବର୍ଷାରେ ଭିଜିଯାଇଛି । ଯଦି ୨-୩ ଦିନ ମଧ୍ୟରେ ଖରା ନ ହୁଏ ତାହା ହେଲେ ଭିଜା ଧାନ ଗଜା ହେବାର ଆଶଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe