କନକ ବ୍ୟୁରୋ : ଡିସେମ୍ବର ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବାତ୍ୟା । ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ଆଗାମୀ ୧୨ ଘଂଟା ଭିତରେ ଦକ୍ଷିଣ ଆଇଲାଣ୍ଡରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା ଡିସେମ୍ବର ୨ ସୁଦ୍ଧା ଅବପାତରେ ପରିଣତ ହେବ ଏବଂ ୩ ତାରିଖରେ ବାତ୍ୟାର ରୂପ ନେବ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ପ୍ରଭାବରେ ୩ରୁ ୫ ତାରିଖ ଯାଏଁ ପ୍ରବଳ ବର୍ଷା ଲାଗି ରହିବ । ୬ରେ ପାଗରେ ପରିବର୍ତ୍ତନ ଆସିବ । ତେବେ ସ୍ଥଳଭାଗ ଛୁଇଁବକି ନାହିଁ ତାହା ଏବେ ଠାରୁ କହି ହେବନି ବୋଲି ସୂଚନା ଦେଇଛନ୍ତି ଉମାଶଙ୍କର ଦାସ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ବେଗ ଓ ଦିଗ ସ୍ପଷ୍ଟ ହେବ ।

Advertisment

ଏହି ଲଘୁଚାପ ଆସନ୍ତା ୨ ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବ । ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୩ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହେବ । ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ବାତ୍ୟା ସ୍ଥଳଭାଗ ନିକଟବର୍ତ୍ତୀ ହେବା ବେଳେ ପବନର ବେଗ ଆହୁରି ବଢିପାରେ ବୋଲି ସେ କହିଛନ୍ତି । ମତ୍ସ୍ୟଜୀବୀ ମାନଙ୍କୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରିଦିଆଯାଇଛି । ସେ କହିଛନ୍ତି ଯେ ୨ ତାରିଖରେ ଡିପ୍ରେସନରେ ପରିଣତ ହେବା ପରେ ଏହାର ଗତିପଥ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ିବ । ତେବେ ବାତ୍ୟା ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାରେ ଲଗାଣ ବର୍ଷାର ପୂର୍ବାନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଧାନ, ଅଣଧାନ ଫସଲ ପରିଚାଳନା ପାଇଁ ଓୟୁଏଟି ପକ୍ଷରୁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଇଛି । ପ୍ରମୁଖ ପରାମର୍ଶବଳୀ ମଧ୍ୟରେ, ବର୍ଷା ପୂର୍ବରୁ ଧାନକେଣ୍ଡା ୮୫ ପ୍ରତିଶତ ପାଚି ଯାଇଥିବାରୁ ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବା, ଧାନ ଅମଳ ସମ୍ଭବ ନଥିଲେ ପଲିଥିନରେ ଘୋଡ଼ାଇବା, ବଳକା ପାଣି ନିଷ୍କାସନ ପାଇଁ ନାଳି ବ୍ୟବସ୍ଥା, ରବି ଫସଲ ଲଗାଇବା କିମ୍ବା ବୁଣିବାକୁ ସାମୟିକ ସ୍ଥଗିତ କରିବା, କୀଟନାଶକ ସିଞ୍ଚନ, ଜଳସେଚନ ସାମୟିକ ବନ୍ଦ କରିବା ଆଦି ସମେତ ଅନେକ ପରାମର୍ଶ ଦିଆଯାଇଛି ।