ବାତ୍ୟା ‘ଜୱାଦ’ : କେଉଁ ଜିଲ୍ଲାରେ ପଡିପାରେ ଅଧିକ ପ୍ରଭାବ ? ଜାଣନ୍ତୁ ଏ ନେଇ କ’ଣ କହିଲେ ଏସଆରସି

820

କନକ ବ୍ୟୁରୋ : ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବଡ ସୂଚନା । ପ୍ରେସମିଟ୍ କରି କହିଲେ, ପୁରୀ ଜିଲ୍ଲାରେ ଘଷି ହୋଇଯିବ ବାତ୍ୟା । ୪ତାରିଖ ସଂଧ୍ୟା କିମ୍ବା ୫ ତାରିଖ ସକାଳେ ଲାଣ୍ଡଫଲ କରିପାରେ ବାତ୍ୟା । ଓଡ଼ିଶା ଉପକୂଳ ଦେଇ ଗତିକରିବ ବାତ୍ୟା । ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବ ରହିବ । ଆଜି ମଧ୍ୟରାତ୍ରୀରୁ ବର୍ଷା ଆରମ୍ଭ ହେବ । କାଲିଠାରୁ ବର୍ଷାର ପରିମାଣ ବଢିବ । ଲାଣ୍ଡଫଲ ବେଳେ ପବନର ବେଗ ୮୦ରୁ ୯୦ କିମି ରହିବ । ସମୁଦ୍ର ଭିତରେ ଥିବା ବେଳେ ରିକର୍ଭ କରିବ ବାତ୍ୟା । ଗଂଜାମ, କଟକ, ଖୋର୍ଦ୍ଧାରେ ପବନର ବେଗ ୬୦ରୁ ୭୦ କିମି ରହିବ । କିଛି ଜିଲ୍ଲାରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହା ସମୁଦ୍ର ଭିତରେ ରି କର୍ଭିଙ୍ଗ କରିବ । ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ପୁରୀର କୌଣସି ଜାଗାରେ ଏହା ସ୍ଥଳ ଭାଗ ଛୁଇଁ ପରେ, ଅଳ୍ପ ପଶି ପୁଣିଥରେ ସମୁଦ୍ରକୁ ଯାଇପାରେ ।  ଲ୍ୟାଣ୍ଡଫଲ ବେଳକୁ ୯୦ କିମି ପବନ ବେଗ ରହିପାରେ, ଗଷ୍ଟିଙ୍ଗ ୧୦୦ କିଲୋମିଟର ରହିପାରେ । ସମୟ ୪ ତାରିଖ ସନ୍ଧ୍ୟା ଓ ୫ ତାରିଖ ସକାଳ ଭିତରେ ହୋଇପାରେ ସ୍ଥଳ ଭାଗ ଛୁଇଁପାରେ । ଅନ୍ୟ ଏକ ପୂର୍ବାନୁମାନ କରାଯାଇଛି ଏହା ପାରାଲାଲ ହୋଇ ଓଡିଶା ଉପକୂଳ ଦେଇ ପଶ୍ଚିମ ବଙ୍ଗ ଆଡକୁ ମଧ୍ୟ ଯାଇପାରେ ବୋଲି ମଧ୍ୟ ଅନୁମାନ କରଯାଉଛି ।

ଏହାର ପ୍ରଭାବରେ ଗଂଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଅଧିକ ପ୍ରଭାବ ରହିବ । ଏଠାରେ ୬୦ ରୁ ୮୦କିମି ବେଗ ପବନ। ପୁରୀ ଓ ଜଗତସିଂହପୁରରେ ଘଣ୍ଟାକୁ ୯୦ କିମି ଏବଂ ଗଷ୍ଟିଙ୍ଗ ୧୦୦ କିମି ବେଗ ପବନ ହୋଇପାରେ । ଆଜି ମଧ୍ୟ ରାତ୍ରିଠାରୁ ବର୍ଷା ଆରମ୍ଭ ହେବ । ଆସନ୍ତାକାଲି ବର୍ଷ ଅଧିକ ରହିବ । ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ବର୍ଷା । ଅନ୍ୟ ଜିଲାରେ ମାଧ୍ୟମ ଧରଣର ବର୍ଷା ହେବ । ୪ ରୁ ୫ରେଡ଼ ୱାର୍ଣ୍ଣିଂ ଜାରି କରଯାଇଛି ଗଞ୍ଜାମ, ପୁରୀ, ଗଜପତି ଏବଂ ଜଗତସିଂହପୁରରେ ଅଧିକ ବର୍ଷା ହେବ । ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଜଗତସିଂହପୁର ଓ ପୁରୀକୁ ଓଡ୍ରାଫ ଟିମ ଯିବ । ଗଂଜାମ ପୁରୀ ଚିଲିକା ପାର୍ଶ୍ୱବର୍ତୀ ଅଞ୍ଚଳ କଟକ ନିଆଳି ତଳୁଆ ଅଞ୍ଚଳରେ ଥିବା କଚା ଘରୁ ଲୋକଙ୍କୁ ନେବା ପାଇଁ କୁହାଯାଇଛି । ଜିଲ୍ଲାପାଳ ଜିଲାର ଅବସ୍ଥା ଦେଖି ସେମାନେ କାର୍ୟ୍ୟ କରିପାରିବେ । ବିଡ଼ିଓ ଓ ତହସିଲଦାରଙ୍କୁ ଜିଲାପାଳ ଅବଗତ କରାଯାଇଛି । ସାମୟିକ ଭାବେ ବିଦ୍ୟୁତ କଟାଯାଇପରେ ।

୨ ଦିନ ପାଇଁ ପାଣି ଷ୍ଟକ କରି ଲୋକେ ରଖିବା ଜରୁରୀ । ଅଯଥାରେ ଲୋକେ ଅଧିକ ବଜାରରୁ ସାମଗ୍ରୀ କରନ୍ତୁ ନାହିଁ । ମାର୍କେଟରେ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି । ଭୟଭୀତ ନ ହୋଇ ସତର୍କ ରୁହନ୍ତୁ । ଆସନ୍ତାକାଲି ଅପରାହ୍ନରୁ ପବନ ବେଗ ବଢିବ । ବାହାରେ ଲୋକେ ନ ବୁଲିବା ପାଇଁ ଅନୁରାଧ କଲେ ଏସାଆରସି । ସମୁଦ୍ର କୁଳ ଏବଂ ସମୁଦ୍ର ଭିତରକୁ ଯିବାକୁ ମନା । ମାଛ ଧରିବା ମଧ୍ୟ ୨ ଦିନ ବନ୍ଦ ରହିବ ।