ଘଣ୍ଟାପ୍ରତି ୧୮ କିମି ବେଗରେ ଉପକୂଳମୁହାଁ ଜୱାଦ । ସମୁଦ୍ର ଭିତରେ ହେଉଛି ଦୁର୍ବଳ ।

197

କନକ ବ୍ୟୁରୋ : ସମୁଦ୍ର ଭିତରେ ଦୁର୍ବଳ ହେବା ସହ ଉପକୂଳମୁହାଁ ହେଉଛି ଜୱାଦ । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ଅତିକ୍ରମ କରିବ ଜୱାଦ । ଖାସକରି ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡକୁ ପଳାଇବ ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ବର୍ତ୍ତମାନ ପୁରୀଠାରୁ ୭୦ କିମି ଦୂରରେ ରହିଛି । ଘଣ୍ଟାପ୍ରତି ୧୮ କିମି ବେଗରେ ଜୱାଦ ହେଉଛି ଅଗ୍ରସର । ଗୋପାଳପୁରରୁ ୧୦୦ କିମି ଓ ପାରାଦ୍ୱୀପ ଠାରୁ ୧୫୦ କିମି ଦୂରରେ ରହିଛି ଜୱାଦ ।

ଅନ୍ୟପଟେ ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥ୍ାନରେ ବର୍ଷା ହୋଇଛି । ଖଲ୍ଲିକୋଟରେ ସର୍ବାଧିକ ୧୫୮ ମିମି ବର୍ଷା ରେକର୍ଡ କରାଯାଇଛି । ଏହାଛଡ଼ା ନୟାଗଡ଼ରେ ୧୦୭.୫, ଛତ୍ରପୁରରେ ୮୬.୬ ଓ ଭୁବନେଶ୍ୱରରେ ୪୨.୩ ମିମି, ଖୋର୍ଦ୍ଧାର ବାଣପୁରରେ ୮୧, ଗଞ୍ଜାମର ପୋଲସରାରେ ୭୧.୮, ଜଗତସିଂହପୁରରେ ୬୮ ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୬୫ ମିମି ବର୍ଷା ହୋଇଥିବା ଜଣାଯାଇଛି । ବର୍ତ୍ତମାନ ଗଭୀର ଅବପାତ ରହିଛି, ଦୁର୍ବଳ ହୋଇ ଅବପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଜୱାଦ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ଏବେ ବି ବର୍ଷା ଜାରି ରହିଛି । ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଟ୍ୱିନସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା ହେବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି । ଏପରିକି ଭୁବନେଶ୍ୱର ଓ କଟକରେ ଖୁବ୍ କମସଂଖ୍ୟକ ବସ ଚଳାଚଳ କରୁଥିବାର ପରିଲକ୍ଷିତ ହେଉଛି। କଟକର ବାଦାମବାଡ଼ି ଅଞ୍ଚଳରେ ବର୍ଷାପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଟ୍ୱିନସିଟିର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ହେତୁ ପୂର୍ବାନୁମାନ ହୋଇଛି । ଭୁବନେଶ୍ୱର ଓ କଟକରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଦିଆଯାଇଛି ।

ଏହାର ପ୍ରଭାବରେ ଭୁବନେଶ୍ୱର ଓ କଟକରେ ଆଜି ସକାଳୁ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଟ୍ୱିନସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା ହେବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି । ଏପରିକି ଭୁବନେଶ୍ୱର ଓ କଟକରେ ଖୁବ୍ କମସଂଖ୍ୟକ ବସ ଚଳାଚଳ କରୁଥିବାର ପରିଲକ୍ଷିତ ହେଉଛି । କଟକର ବାଦାମବାଡ଼ି ଅଞ୍ଚଳରେ ବର୍ଷାପାଣି ରାସ୍ତା ଉପରେ ପ୍ରବାହିତ ହେଉଛି । ଟ୍ୱିନସିଟିର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ହେତୁ ପୂର୍ବାନୁମାନ ହୋଇଛି । ଭୁବନେଶ୍ୱର ଓ କଟକରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଦିଆଯାଇଛି ।