ପକେଟ ଖାଲି କଲାଣି ପରିବା ଦର । ଭୁବନେଶ୍ୱର ଉପକଣ୍ଠରେ ଦର ଆକାଶଛୁଆଁ, ପୋଟଳ ୧୦୦, କୋବି ଦୁଇଟାର ଦାମ ୫୦ ।

Advertisment
ପକେଟ ଖାଲି କଲାଣି ପରିବା ଦର । ଭୁବନେଶ୍ୱର ଉପକଣ୍ଠରେ ଦର ଆକାଶଛୁଆଁ, ପୋଟଳ ୧୦୦, କୋବି ଦୁଇଟାର ଦାମ ୫୦ ।

କନକ ବ୍ୟୁରୋ : ବାତ୍ୟା ‘ଜୱାଦ’ ପ୍ରଭାବରେ ଲୋକମାନଙ୍କର ଜୀବନଜୀବିକା ପ୍ରଭାବିତ ହୋଇଛି। ବର୍ଷା, ପବନ ମାଡ଼ରେ ବିଲବାଡ଼ିରେ କୋଶଳା, ଧନିଆ, ଲଙ୍କା, ମୂଳା, ପାଳଙ୍ଗ, ଝୁଡ଼ଙ୍ଗ ଓ ବିନ୍‌ ଆଦି ଲତାଜାତୀୟ ପରିବା ଫସଲ ନଷ୍ଟ ହୋଇଯାଇଛି। ଏଥିସହ କୁଶଭଦ୍ରା ଓ ଭାର୍ଗବୀ ଓ ଦୟା ନଦୀପଠା ଅଞ୍ଚଳରେ ଲାଗିଥିବା ବିଭିନ୍ନ ପରିବା ଫସଲ ଉଜୁଡ଼ି ଯାଇଛି। ସ୍ଥାନୀୟ ନୂଆସାହି, କୁଶୁପଦା, ଝିଣ୍ଟିଶାସନ, ବାୟାଁପଦା, ବରଡ଼ିହ ସାହି, ଚଢ଼େଇବର ପଟୁପଡ଼ା, ସୁବାଲୋ, ବୁଢ଼ାଲୋ, କୂଳସାହି ଓ ବେତେଣ୍ଡା ଅଞ୍ଚଳର ପରିବା ଚାଷୀ ବିଶେ‌ଷ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ସ୍ଥାନୀୟ ଛକ ବଜାର ଓ ସାପ୍ତାହିକ ହାଟରେ ପରିବାଦର ଅହେତୁକ ଭାବେ ବୃଦ୍ଧି ଘଟିଛି।

ଆଜି ବାଳକାଟି ସାପ୍ତାହିକ ହାଟରେ ଚାଲାଣ ପୋଟଳ କିଲୋ ପ୍ରତି ସର୍ବାଧିକ ୧୦୦ ଟଙ୍କା ହୋଇଥିବା ବେଳେ ବିନ୍‌ କିଲୋ ପ୍ରତି ୮୦ ଟଙ୍କା, ଟମାଟୋ ୮୦, ଝୁଡ଼ଙ୍ଗ ୮୦ , କଲରା କିଲୋ ୮୦ ଟଙ୍କା ଓ ବାଇଗଣ ୫୦ ଟଙ୍କାକୁ ଛୁଇଁଥିଲା। ସେହିପରି ଆଳୁ କିଲୋ ୨୦, ପିଆଜ ୩୦, ଗାଜର ୫୦, ମୂଳା ବିଡ଼ାକୁ ୨୦, ଧନିଆ ଦୁଇ ବିଡ଼ାକୁ ୧୦, ମାଟି ଆଳୁ କିଲୋ ୫୦, କୋବି ଦୁଇଟାକୁ ୫୦ଟଙ୍କା ଏବଂ ଲଙ୍କା ଶହେ ଗ୍ରାମକୁ ୧୦ ଟଙ୍କା ହୋଇଥିଲା। ୫୦୦ ଟଙ୍କାରେ ବିଭିନ୍ନ ପରିବା କିଣିଲେ ସୁଦ୍ଧା ବ୍ୟାଗ ପୂରି ନଥିଲା। ପରିବା ଦରରେ ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ସବୁବର୍ଗର ଲୋକଙ୍କ ପାଇ ଚିନ୍ତାର କାରଣ ହୋଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦିନମଜୁରିଆ, ଖଟିଖିଆ ଓ ଶ୍ରମିକ ବର୍ଗର ଲୋକମାନଙ୍କୁ ହଠାତ୍‌ ପରିବା ଦରରେ ଏଭଳି ମୃଲ୍ୟ ବୃଦ୍ଧି ବେଶି ବାଧିଥିଲା। ଚାଷୀଙ୍କୁ ମାଗଣାରେ ପନିପରିବା ମଞ୍ଜି ଯୋଗାଇଦେବା ଦିଗରେ ଉଦ୍ୟାନ ବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe