ସମୁଦ୍ର ଭିତରେ ବାତ୍ୟାର ରୂପ ନେଲା ଗଭୀର ଅବପାତ : ଆସନ୍ତାକାଲି ଦିଗ ବଦଳାଇବ ‘ଜୱାଦ’; ୫ ତାରିଖ ମଧ୍ୟାହ୍ନରେ ପୁରୀ ଛୁଇଁବ ବାତ୍ୟା

ଆଇଏମଡି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା, ଆଜି ମଧ୍ୟରାତ୍ରୀରୁ ବଢ଼ିବ ପବନର ବେଗ

783

କନକ ବ୍ୟୁରୋ : ବାତ୍ୟା ଜୱାଦର ରୂପ ନେଲା ବଙ୍ଗୋପସାଗରରେ ଥିବା ଗଭୀର ଅବପାତ । ଏନେଇ ସୂଚନା ଦେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ବାତ୍ୟା ଜୱାଦ ଆସନ୍ତାକାଲି ସନ୍ଧ୍ୟାରେ ବିଶାଖପାଟଣାରେ ସମୁଦ୍ର ଭିତରେ ଦିଗ ବଦଳାଇବ । ତାପରେ ଓଡିଶା ଉପକୂଳ ଦେଇ ଗତି କରିବ । ଏବଂ ୫ତାରିଖ ମଧ୍ୟାହ୍ନରେ ପୁରୀ ଜିଲ୍ଲା ଓ ଏହାର ଆଖପାଖ ଅଂଚଳ ଅତିକ୍ରମ କରିବ । ୫ ତାରିଖ ମଧ୍ୟାହ୍ନରେ ପୁରୀରେ ସ୍ଥଳଭାଗ ଛୁଇଁବ । ପବନର ବେଗ ୮୦ରୁ ୯୦ କିମି ରହିବ । ସ୍ଥାନେ ସ୍ଥାନେ ପବନର ବେଗ ୧୦୦କିମି ରହିବ । ଓଡିଶା ପାଇଁ ସତର୍କ କଲେ ଆଇଏମଡି ଡିଜି । ଉପକୂଳ ଓଡିଶାରେ ବର୍ଷା ସହ ପବନର ବେଗ ବଢିବ । ଆଜି ମଧ୍ୟରାତ୍ରୀରୁ ପବନର ବେଗ ବଢିବ । କାଲିଠୁ ବର୍ଷା ବଢିବ, ୬ତାରିଖରେ କମିବ । ଗୁଲାବଠୁ ଅଧିକ ପ୍ରଭାବ ରହିବ ବାତ୍ୟା ‘ଜୱାଦ୍’ ।

ତେବେ ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମଧ୍ୟ ରାତ୍ରିରୁ ଓଡିଶାରେ ପବନର ବେଗ ବଢ଼ିବ । ଗଂଜାମ, କଟକ, ଖୋର୍ଦ୍ଧାରେ ପବନର ବେଗ ୬୦ରୁ ୭୦ କିମି ରହିବ । କିଛି ଜିଲ୍ଲାରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପୁରୀ ଜିଲ୍ଳାର ଉପକୂଳରେ ବାତ୍ୟା ଜୱାଦ ଛୁଇଁଯିବା ସମ୍ଭାବନା ଥିବାରୁ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦେଇଛନ୍ତି । କହିଛନ୍ତି, ପୁରୀ ଜିଲ୍ଲାରେ ଘଷି ହୋଇଯିବ ବାତ୍ୟା । ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ମୁକାବିଲା ପାଇଁ ପ୍ରସ୍ତୁ ଅଛନ୍ତି ସରକାର ।