କନକ ବ୍ୟୁରୋ: ଦୁର୍ବଳ ହେବ ବାତ୍ୟା ଜୱାଦ । ଆଗାମୀ ୧୨ ଘଣ୍ଟା ରେ ଦୁର୍ବଳ ହେବ ଏହି ବାତ୍ୟା ।ପୁରୀରେ ପହଞ୍ଚିଲା ବେଳକୁ ଦୁର୍ବଳ ହେବ ବାତ୍ୟା । ତୀବ୍ର ଅବପାତ ରୂପରେ ପୁରୀର ନିକଟତର ହେବ । କ୍ରମେ ଏହା ଗଭୀର ଅବପାତ ରୂପ ନେଇ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ମୋଟାମେଟେି କହିବାକୁ ଗଲେ ବାତ୍ୟା ଜୱ ାଦ ଦିଗ ବଦଳାଇବା ନେଇ ସଙ୍କେତ ମିଳିଛି ।
ପୂର୍ବରୁ ବାତ୍ୟା ଜୱାଦର ଭୟାବହତା ନେଇ ଯେଉଁ ଅନୁମାନ କରାଯାଉଥିଲା ସେପରି ଘଟିନପାରେ ବୋଲି ଆଶ୍ୱସ୍ତ କରିଛି ପାଣିପାଗ ବିଭାଗ । ହେଲେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ କିନ୍ତୁ ପ୍ରତି ଜିଲ୍ଲାରେ ସତର୍କତା ଜାରି କରାଯିବା ସହ ଉପକୂଳବର୍ତ୍ତୀ ଇଲାକାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/14-4.jpg)