ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି, ଜଳବନ୍ଦୀ, ଘର ଭାଙ୍ଗିବା ସହ ନଷ୍ଟ ହେବ ରାସ୍ତା; ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

Advertisment
ଆସନ୍ତାକାଲିଠୁ ୩ଦିନ ବର୍ଷା : ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ : ଆସୁଛି ବଡ ବର୍ଷା । ଆହୁରି ବର୍ଷିବ ୫ ଦିନ । ଏହି ୫ ଦିନ ଧରି ଅଧା ଓଡିଶାରେ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଉପକୂଳରୁ ପଶ୍ଚିମଓଡିଶା ଯାଏଁ ସବୁଠାରେ ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିବାକୁ ଥିବାରୁ ଅନେକ ସ୍ଥାନରେ ଜଳବନ୍ଦୀ, ମାଟି ଧସିବା, ପାହାଡ ଧସିବା ସଂଭାବନା ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆନ୍ଧ୍ର ଉପକୂଳ ସଂଲଗ୍ନ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇ ଓଡିଶା ଉପକୂଳ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ଗଂଜାମ, ପୁରୀ , କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ପ୍ରବଳ ବର୍ଷା ସଂଭାବନା ରହିଛି ।

ଏହି ଜିଲ୍ଲା ଗୁଡିକ ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ଉପକୂଳ ଓଡିଶାର ଜଗତସିଂହପୁର, କଟକ, କେନ୍ଦ୍ରାପଡା, ପୁରୀ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୩ ତାରିଖରେ ବର୍ଷା କମିବାକୁ ଥିବା ବେଳେ ୪ ଓ ୫ ତାରିଖରେ ପୁଣି ବଢିବ ବର୍ଷାର ପରିମାଣ । ୨ ତାରିଖ ଯାଏଁ ଅଶାନ୍ତ ରହିବ ଉପକୂଳ ଓଡିଶାର ସମୁଦ୍ର । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe