କନକ ବ୍ୟୁରୋ: ବାତ୍ୟା ତାଉ-ତେର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେଲା । ଗୁଜୁରାଟର ସୌରଷ୍ଟ୍ର ନିକଟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା । ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ଲାଗିବ । ହେଲେ ଏହା ପୂର୍ବରୁ ଗୁଜୁରାଟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଭାରତ ପାଣିପାଗ ବିଭାଗ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ଚେତାବନୀ ଦେବା ପରେ ଗୁଜୁରାଟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି।
ଏହା ସହ ଭାରତୀୟ ସେନା ୟୁନିଟ୍ ଏବଂ ଉଦ୍ଧାରକାରୀ ଦଳ ଯୋଗାଯୋଗର ଉପାଦାନ, ଇଞ୍ଜିନିୟର୍ ଟାସ୍କଫୋର୍ସ ସହିତ ରିଲିଫ୍ ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି । ସାମୁଦ୍ରିକ ବାତ୍ୟା ତୌତେ ଏବେ ମୁମ୍ବାଇ ଅତିକ୍ରମ କରିସାରିଥିଲେ ମଧ୍ୟ ୬ଜଣଙ୍କ ଜୀବନ ନେଇଥିବା ଜଣାପଡିଛି । ଏହା ସହ ୯ଜଣ ଆହତ ହୋଇଛନ୍ତି । ମୁମ୍ବାଇ ବିମାନବନ୍ଦର ଆଜି ରାତି ୧୦ଟା ପର୍ୟ୍ୟନ୍ତ ବନ୍ଦ ରହିଥିବା ବେଳେ ଲ୍ୟାଣ୍ଡଫଲକୁ ନଜରରେ ରଖି ଆଜି ସନ୍ଧ୍ୟା ୮ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ୟ୍ୟନ୍ତ ଅହମ୍ମଦାବାଦ ବିମାନ ବନ୍ଦର ବନ୍ଦ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/tauktae-1.jpg)