ଆଜି କୋରାପୁଟରେ ପଶି କାଲି ଓଡ଼ିଶା ଅତିକ୍ରମ କରିବ ବାତ୍ୟା । ବାତ୍ୟା ‘ଗୁଲାବ’କୁ ନେଇ ସୂଚନା ଦେଲେ ଏସଆରସି ।

199

କନକ ବ୍ୟୁରୋ : ବାତ୍ୟା ‘ଗୁଲାବ’ ବର୍ତ୍ତମାନ ସମୟରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଓଡ଼ିଶାର ଗୋପାଳପୁର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟ୍ଟନମ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରୁଥିବା ବେଳେ ଏହା କୋରାପୁଟ ଭିତରେ ପଶି କାଲି ଓଡ଼ିଶା ଅତିକ୍ରମ କରିବ ।

ବାତ୍ୟା ‘ଗୁଲାବ’କୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା । ଆରମ୍ଭ ହୋଇଛି ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ରାତି ୯ଟାରୁ ୯.୩୦ରେ ସରିବ । ତେବେ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । କେବଳ ଗଜପତିରେ ସାମାନ୍ୟ ବର୍ଷା ପବନ ରହିଛି । ଏଯାଏଁ କୌଣସି ବିପଦପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇନାହିଁ । ଗଞ୍ଜାମ, ଗଜପତି ରାୟଗଡାର କିଛି ଅଂଶରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।