ବାତ୍ୟା ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବର୍ଷା । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୬ଟି ଓଡ଼୍ରାଫ ଟିମ୍ ମୁତୟନ

61

କନକ ବ୍ୟୁରୋ : ବାତ୍ୟା ଗୁଲାବକୁ ନେଇ ମାଲକାନଗିରି ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ଗୁଲାବ ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । ତଳିଆ ଅଂଚଳରେ ସାମାନ୍ୟା ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ମାଲକାନଗିରି ଜିଲ୍ଲାରେ ୬ଟି ଟିମ୍ ଗଠନ କରାଯାଇ ଓଡ଼୍ରାଫ କର୍ମଚାରୀଙ୍କୁ ନିୟୋଯିତ କରାଯାଇଛି । ଆଗୁଆ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରାଇଛି ଜିଲ୍ଲା ପ୍ରଶାସନ । ଏହା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି ।

ସେପଟେ, ବାତ୍ୟା ଗୁଲାବର ମୁକାବିଲା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି । ନାଗାବଳୀ ନଦୀ କୁଳିଆ ଗାଁରେ ଥିବା ବନ୍ୟା ଆଶ୍ରୟସ୍ଥଳୀକୁ ବୁଲି ଦେଖିବା ସହ ସେଠାରେ ଥିବା ସମସ୍ତ ଜିନିଷ ତଦାରଖ କରିଛନ୍ତି ପ୍ରଶାସନିକ ଅଧିକାରୀ । ଏହାପରେ ତଳିଆ ଅଂଚଳ ଯାଇ ଲୋକଙ୍କୁ ବାତ୍ୟା ସଂପର୍କରେ ସୂଚନା ଦେଇ ଗାଁରେ ପାଣି ପଶିବା ଆଗରୁ ବନ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବା ପାଇଁ ପରାମର୍ଶ ଦେଇଛନ୍ତି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ ଯୋଗେ ଗାଁକୁ ଗାଁ ବୁଲି ବତ୍ୟା ସଂପର୍କରେ ଲୋକଙ୍କୁ ସଚେତନ କରାଯାଇଛି ।