ବାତ୍ୟା ‘ଗୁଲାବ’ ଅପଡେଟ୍: ଏହି ୩ଟି କ୍ଷେତ୍ର ସମସ୍ୟା ସୃଷ୍ଟି କରିପାରେ: SRC

176

କନକ ବ୍ୟୁରୋ: ଗୋପାଳପୁର ନିକଟତର ହେଉଛି ବାତ୍ୟା ‘ଗୁଲାବ’ । ଏନେଇ ରାଜ୍ୟ ସରକାରଙ୍କ ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟା ମୁକାବିଲା ନେଇ ଭିଡ଼ିଓ କନଫରେନସିଂରେ ଆଲୋଚନା ବେଳେ ୩ଟି ଦିଗ ଉପରେ ନଜର ରଖାଯାଇଥିବା କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ପବନ, ବର୍ଷା ସାଙ୍ଗକୁ ଭୂସ୍ଖଳନ ଉପରେ ନଜର ରଖାଯାଇଛି । ପବନରେ ଗଛ ଓ ବିତ୍ୟୁତ ଖୁଂଟ ଭାଙ୍ଗିପଡିବା ସମ୍ଭାବନା ରହିଛି । ରାୟଗଡା, କନ୍ଧମାଳ, ଗଜପତିରେ ଭୂସ୍ଖଳନ ଆଶଙ୍କା ରହିଛି ।

ସେହିପରି ପ୍ରବଳ ବର୍ଷା ଫଳରେ ବଂଶଧାରା, ରୁଷିକୂଲ୍ୟା ଓ ନାଗାବଳୀ ଉପକୂଳରେ ବନ୍ୟା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ସକାଳୁ ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ଏସଆରସି । ତେବେ ମୁଖ୍ୟମନ୍ତ୍ରୀ ଆଜି ପ୍ରଭାବିତ ହେବାକୁ୍ଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଉଛି । ଆଶ୍ରୟସ୍ଥଳ ଗୁଡିକରେ ଅଳ୍ପ ଅଳ୍ପ ଲୋକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡା, କଳାହାଣ୍ଡି, ଗଜପତିରେ ଲୋକଙ୍କୁ ସଚେତନ କରାଯାଉଛି ।

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ପ୍ରଭାବକୁ ନଜରରେ ରଖି ୧୧ଟି ଜିଲ୍ଲାରେ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ମଧ୍ୟ ସ୍ଥିତି ଦେଖି ଜିଲ୍ଲାପାଳମାନେ ନିଷ୍ପତ୍ତି କରିବାକୁ କୁହାଯାଇଛି । ଲୋକଙ୍କୁ ଆସନ୍ତକାଲି ସକାଳ ୯ଟା ଯାଏଁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ବିଶେଷ କରି ପ୍ରଭାବିତ ହେବାକୁଥିବା ଜିଲ୍ଲାବାସୀଙ୍କୁ ବର୍ଷା, ପବନ ସମୟରେ ବାହାରେ ନବୁଲିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଅନୁରୋଧ କରିଛନ୍ତି ।