କନକ ବ୍ୟୁରୋ : ବାତ୍ୟା ଗୁଲାବର ପ୍ରଭାବରେ ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି । ଗଜପତି ଜିଲ୍ଲାର ସମସ୍ତ ଅଂଚଳରେ ବର୍ଷା ଜାରି ରହିଛି । ସହର ଅପେକ୍ଷା ପାହାଡିଆ ଅଂଚଳରେ ବର୍ଷାର ପରିମାଣ ଅଧିକ ରହିଥିବା ସୂଚନା ରହିଛି । ତଳିଆ ଅଂଚଳ ଲୋକଙ୍କୁ ସ୍ଥାନାନ୍ତର କରିବା କାମ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୫ଟି ଗାଁରୁ ୫୮୬ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯାଇଛି ।
ଗୋଷାଣୀ, ଗୁମା. କାଶୀନଗର, ମୋହନା, ନୂଆଗଡ, ରାୟଗଡ ବ୍ଲକର ତଳିଆ ଅଂଚଳରୁ ଥିବା ଗାଁଗୁଡି ଖାଲି କରାଯାଉଛି । ୧୫ଟି ଆଶ୍ରୟସ୍ଥଳରେ ସୁରକ୍ଷିତ ଭାବେ ରଖିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଉଦ୍ଧାର ପ୍ରକ୍ରିୟା ପାଇଁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ମଧ୍ୟ ପହଂଚିଛନ୍ତି । କଳିଙ୍ଗପାଟନମରେ ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ କଲେ ଗଜପତି ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/WhatsApp-Image-2021-09-26-at-9.11.28-AM.jpeg)