ରାତି ୯ଟାରୁ ଆରମ୍ଭ ହେବ ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ : ଗଞ୍ଜାମ ଓ ଗଜପତି ଅଧିକ ପ୍ରଭାବିତ ହେବା ଆଶଙ୍କା

୨ ରୁ ୩ ଘଂଟା ଲ୍ୟାଣ୍ଡଫଳ ପ୍ରକ୍ରିୟା ଜାରି ରହିବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା; ୭୫ରୁ ୮୫ କିଲୋମିଟର ବେଗରେ ବୋହିବ ପବନ

226

କନକ ବ୍ୟୁରୋ : ବାତ୍ୟା ‘ଗୁଲାବ’କୁ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶଙ୍କ ସୂଚନା । ଆଜି ରାତି ୯ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ଏହାର ପ୍ରଭାବରେ ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିବ । ଝଟକା ପବନର ବେଗ ୯୫ କିମି ହୋଇପାରେ । ସମୁଦ୍ର ମଧ୍ୟରେ ପବନର ବେଗ ୭୦ରୁ ୭୫ ରହିଛି । ଆଜି ୭ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି । ଗୋଟିଏ ଦୁଇଟି ସ୍ଥାନରେ ୨୦ ମିଲିମିଟର ବର୍ଷା ହୋଇଛି । ଆଭ୍ୟନ୍ତରିଣ ଓଡ଼ିଶାରେ ପବନର ବେଗ ୪୦ରୁ ୫୦ କିମି ରହିବ ।

ଗଞ୍ଜାମ, ଗଜପତିରେ ୭୫ରୁ ୮୫ କିମି ପବନ ରହିବ । ୪ ଉପକୂଳବର୍ତ୍ତୀ ଜିଲ୍ଲାରେ ୪୦ରୁ ୫୦ ଏବଂ ଝଟକା ପବନ ୬୦ କିଲୋମିଟର ରହିବ । ୨ରୁ ୩ ଘଂଟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ଲ୍ୟାଣ୍ଡଫଲର ପ୍ରଭାବ ୬ଘଂଟା ଯାଏଁ ରହିବ । ଭୁବନେଶ୍ୱରରେ ଆଜି ୨ରୁ ୩ ସେଂଟିମିଟର ବର୍ଷା ହୋଇପାରେ । ଭୁବନେଶ୍ୱରରେ ପବନର ବେଗ ୪୫ରୁ ୫୦ କିଲୋମିଟର ରହିବ । ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ୨୧ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି । ଲ୍ୟାଣ୍ଡଫଲ ବେଳେ ଗଞ୍ଜାମ, ଗଜପତି ଅଧିକ ପ୍ରଭାବିତ ହେବ । କାଲି ବାତ୍ୟାର ବେଗ ୧୭ କିମି ଥିଲା । ଗତି କମିଥିବାରୁ ସମୟରେ ବିଳମ୍ବ ହେଉଛି । ଭୁସ୍ଖଳନ ଓ ଅକସ୍ମାତ ବନ୍ୟା ପାଇଁ ସତର୍କତା ଜାରି ରହିଛି ।