ଆସୁଛି ବାତ୍ୟା, ଉପକୂଳରେ ବର୍ଷା । ପଡିବନି ପ୍ରଭାବ, ତଥାପି ଭୟ । ଚାଷୀଠୁ ସାଧାରଣ ଲୋକ, ସଭିଙ୍କ ଛାତିରେ ଛନକା ।

Advertisment
ଆସୁଛି ବାତ୍ୟା, ଉପକୂଳରେ ବର୍ଷା । ପଡିବନି ପ୍ରଭାବ, ତଥାପି ଭୟ । ଚାଷୀଠୁ ସାଧାରଣ ଲୋକ, ସଭିଙ୍କ ଛାତିରେ ଛନକା ।

କନକ ବ୍ୟୁରୋ: ଓଡିଶା ଉପରେ ବାତ୍ୟାର ପ୍ରଭାବ ସିଧାସଳଖ ପଡିବନି ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେ ବି ଉପକୂଳ ଓଡିଶାରେ ଆରମ୍ଭ ହୋଇଯାଇଛି ବର୍ଷା । କଟକ, ଭୁବନେଶ୍ୱର, କେନ୍ଦ୍ରାପଡା, ବାଲେଶ୍ୱର ଭଳି ଉପକୂଳବର୍ତ୍ତି ଜିଲ୍ଲାରେ ଝିପିଝିପି ବର୍ଷା ହୋଇଛି । ପାଗ ମେଘୁଆ ରହିଛି । ଆକାଶକୁ କଳା ବାଦଲ ଢ଼ାଙ୍କି ରଖିଛି । ଏହାକୁ ଦେଖି ସାଧାରଣ ଲୋକଙ୍କ ଛାତିରେ ଛନକା ପଶିଛି । ବିଶେଷ କରି ଧାନ ଚାଷ କରିଥିବା ଚାଷୀ ଚିନ୍ତାରେ ପଡିଛନ୍ତି । ଅଧିକ ବର୍ଷା ହେଲେ, କ୍ଷତିଗ୍ରସ୍ତ ହେବେ ବୋଲି କହିଛନ୍ତି ।

publive-image

କେବଳ ଚାଷୀ ନୁହଁନ୍ତି ସମୁଦ୍ର କୂଳିଆ ଅଂଚଳରେ ବାସ କରୁଥିବା ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି । କିନ୍ତୁ ବାତ୍ୟାର ସିଧାସଳଖ ପ୍ରଭାବ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ ଲୋକେ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି । ହେଲେ, ଭୟ ଯାଇନି । ଅକ୍ଟୋବର ମାସରେ ବାତ୍ୟା ଆସିଲେ ଚାଷୀ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ଛାତିରେ ଛନକା ପଶେ । ଆଉ ବାତ୍ୟା ନାଁ ଶୁଣିଲେ ଆତଙ୍କିତ ହୋଇପଡନ୍ତି । କିନ୍ତୁ ପୁଣି ଅକ୍ଟୋବରରେ ଆସୁଥିବା ବାତ୍ୟା ବାଂଗଲାଦେଶ ମୁହାଁ ହେଉଥିବାରୁ ଆଶ୍ୱସ୍ତ ହୋଇଛନ୍ତିି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe