ଓଡ଼ିଶା ମୁହାଁ ‘ଫୋନି’ ୩ରେ ଛୁଇଁପାରେ ପୁରୀ ! ପବନର ବେଗ ୧୯୦ କିମି ଟପିପାରେ

Advertisment
ଓଡ଼ିଶା ମୁହାଁ ‘ଫୋନି’ ୩ରେ ଛୁଇଁପାରେ ପୁରୀ ! ପବନର ବେଗ ୧୯୦ କିମି ଟପିପାରେ

କନକ ବ୍ୟୁରୋ: ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା ‘ଫୋନି’। ଧୀରେ ଧୀରେ ସମୁଦ୍ରରୁ ବଳ ଗୋଟାଇବା ସହିତ ଏହା ଅତି ଭୀଷଣ ରୂପ ଧାରଣ କରୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଯଦି ଠିକ୍ ହୁଏ, ତେବେ ଏହା ମେ’ ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ପୁରୀ ସଂଲଗ୍ନ ଉପକୂଳରେ ମାଡ଼ ହେବ। ପୁରୀର ସାତପଡା ଠାରୁ ଚନ୍ଦ୍ରଭାଗା ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ୍ ଦେଖାଉଛନ୍ତି। ସେତେବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ୧୭୫ କିଲୋମିଟର ଥାଇପାରେ। ସମୟରେ ସମୟରେ ଏହା ୧୯୦ କିଲୋମିଟର ବେଗରେ ଧକ୍କା ମଧ୍ୟ ଦେବ। ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ, ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ଗୁରାଣ୍ଡି ଦେବ ଓଡ଼ିଶା ଉପକୂଳ ଓ ତା ପାଖାପାଖି ଅଞ୍ଚଳ।

୪ ତାରିଖ ପୂର୍ବାହ୍ନ ବେଳକୁ ଏହାର ପ୍ରକୋପ ଟିକିଏ କମିବ। ଏହା ପ୍ରଭାବରେ ୨ ତାରିଖରୁ ଓଡ଼ିଶା ଉପକୂଳବର୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ମଧ୍ୟ। ପାଣିପାଗ ବିଭାଗର ଚିତ୍ର ସୂଚାଉଛି ଯେ ‘ଫୋନି’ଯେତେ ଆଗକୁ ବଢ଼ୁଛି, ଓଡ଼ିଶା ପ୍ରତି ବିପଦ ଆଶଙ୍କା ସେତେ ବଢ଼ୁଛି। ପ୍ରଥମେ ତାମିଲନାଡ଼ୁ ପ୍ରତି ବିପଦ ଥିବା ବେଳେ ପରବର୍ତୀ ସମୟରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା। ଗତକାଲି ଅର୍ଥାତ୍ ରବିବାର ଏହା ପୁଣି ଦିଗ ବଦଳାଇ ଦେଇ ଓଡ଼ିଶାକୁ ମୁହଁ କରିଥିଲା। ତେବେ ଗତକାଲି ସନ୍ଧ୍ୟାରେ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନାରେ ବାତ୍ୟା ସିଧାସଳଖ ଓଡ଼ିଶାରେ ମାଡ଼ ହେବ ବୋଲି ଦର୍ଶାଇଛି।

ସମୁଦ୍ରରେ ମନ୍ଥର ଗତିରେ ଆଗକୁ ବଢ଼ୁଥିବା ‘ଫୋନି’ଗତ ୬ ଘଣ୍ଟା ହେଲା ୧୧ କିମି ବେଗରେ ଆଗକୁ ବଢ଼ୁଛି। ରାତି ୮ଟା ସୁଦ୍ଧା ଏହା ଚେନ୍ନାଇଠାରୁ ୭୭୦ ଓ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟନମ୍ଠାରୁ ୯୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ପାଣିପାଗ ବିଭାଗର ଆକଳନ କହୁଛି, ୩ ତାରିଖ ରାତିରେ ପୁରୀର ସାତପଡା ଓ ଚନ୍ଦ୍ରଭାଗା ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ। ପରେ ସମୁଦ୍ର କୂଳେ କୂଳେ ଖୋର୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ବାରିପଦା ଦେଇ ପଶ୍ଚିମବଙ୍ଗ ଆଡ଼କୁ ବଢ଼ିବ। ଅନ୍ୟଥା ନୟା଼ଗ଼ଡ ଦେଇ ଉପକୂଳ ଜିଲ୍ଲାକୁ ଘାଣ୍ଟିବ। ସ୍ଥଳ ଭାଗ ଛୁଇଁବା ପରେ ବାତ୍ୟାର ବେଗ ଆହୁରି ବ୍ୟାପକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe