ଫଣା ଟେକି ଆସିଥିଲା ଫୋନି : ଉଜାଡି ଦେଇ ଚାଲିଗଲା ଓଡିଶାର ସୌନ୍ଦର୍ଯ୍ୟ , ସ୍ମାର୍ଟସିଟିରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଓଡିଶାବାସୀ ଭୋଗିଥିଲେ ବାତ୍ୟା ଦୁଃଖ । 

Advertisment
ଫଣା ଟେକି ଆସିଥିଲା ଫୋନି : ଉଜାଡି ଦେଇ ଚାଲିଗଲା ଓଡିଶାର ସୌନ୍ଦର୍ଯ୍ୟ , ସ୍ମାର୍ଟସିଟିରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଓଡିଶାବାସୀ ଭୋଗିଥିଲେ ବାତ୍ୟା ଦୁଃଖ । 

ସାମୁଦ୍ରିକ ଝଡ଼ ‘ଫନି’ ଯେଉଁଭଳି ବିପର୍ଯ୍ୟୟ ଘଟାଇଲା ତାହା ମେ ମାସରେ କ୍ବଚିତ ଦେଖିବାକୁ ମିଳେ। ଏହା ପାଣିପାଗ ବିଶେଷଜ୍ଞମାନଙ୍କୁ ମଧ୍ୟ ଚକିତ କରିଦେଇଥିଲା । ଗତ ୫୨ ବର୍ଷ ମଧ୍ୟରେ ମେ ମାସରେ ଏଭଳି ୯ଟି ସାମୁଦ୍ରିକ ଝଡ଼ ଦେଖିବାକୁ ମିଳିଛି ବୋଲି ସୂଚନା ମିଳିଥିଲା । କିନ୍ତୁ ‘ଫନି’ ସେମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏହା ଯେତେଦିନ ସମୁଦ୍ର ଭିତରେ ରହିଲା ଏବଂ ଯେମିତି ବଳ ଗୋଟାଇଲା ତାହା ଅନ୍ୟ ଝଡ଼ କ୍ଷେତ୍ରରେ କେବେ ଦେଖିବାକୁ ମିଳିନଥିଲା। publive-image

‘ଫନି’ ଏଭଳି ଉଗ୍ର ରୂପ ଧାରଣ କରିବା ପଛରେ ଦୁଇଟି କାରଣ ଥିବା କଥା କୁହାଯାଉଥିଲା। ପ୍ରଥମଟି ସମୟ ଏବଂ ଦ୍ବିତୀୟଟି ଶକ୍ତି। ‘ଫନି’ ଏପ୍ରିଲ ୨୫ ତାରିଖରେ ସୃଷ୍ଟି ହୋଇଥିଲା। ପୁରୀରେ ଲ୍ୟାଣ୍ଡଫଲ କରିବା ଲାଗି ଏହାକୁ ଲାଗିଲା ୧୦ ଦିନ। ସମୁଦ୍ର ଭିତରେ ଗତି କରିବା ସମୟରେ ‘ଫନି’ ଶକ୍ତିଶାଳୀ ହେବାକୁ ଲାଗିଥିଲା। ପାଣିପାଗ ବିଶେଷଜ୍ଞଙ୍କ ମତରେ ବାତ୍ୟା ଯେତେ ଦିନ ସମୁଦ୍ର ଭିତରେ ରହିବ ଏହା ସେତେ ଶକ୍ତିଶାଳୀ ହେବ। ବଙ୍ଗୋପସାଗରରେ ଯେତେ ବାତ୍ୟା ସୃଷ୍ଟି ହୋଇଛି ତାହା ୭ ଦିନ ପର୍ୟ୍ୟନ୍ତ ରହେ। କିନ୍ତୁ ‘ଫନି’ ୧୦ ଦିନ ଧରି ରହିଥିଲା। ଯାହାକି ଏହାକୁ ଅଧିକ ବଳ ଗୋଟାଇବାରେ ସହାୟକ ହୋଇଥିଲା। ଫନି ଇକ୍ବେଡରରୁ ସୃଷ୍ଟି ହେଲା। ଲ୍ୟାଣ୍ଡଫଲ ହେବାକୁ ଏହାକୁ ୧୦ ଦିନ ସମୟ ଲାଗିଥିଲା। ଯେଉଁଦିନ ଫନି ସୃଷ୍ଟି ହେଲା ସେହିଦିନ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରିବ। କିନ୍ତୁ ଫନି ଅଗ୍ରସର ହେବା ସହିତ ଏହାର ଗତିପଥ ବଦଳାଇ ଦେଇଥିଲା। ଏହା ତାମିଲନାଡ଼ୁରେ ଲ୍ୟାଣ୍ଡଫଲ କରିଥିେଲ ଏତେ ଶକ୍ତିଶାଳୀ ହୋଇନଥାନ୍ତା। କମ ଦିନରେ ଏହା ସ୍ଥଳଭାଗ ଛୁଇଁଥାନ୍ତା। ଏହାଛଡ଼ା ଏପ୍ରିଲ-ମେ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଭାରତୀୟ ଉପକୂଳରେ ପହଂଚିଲା ବେଳକୁ ଦୁର୍ବଳ ହୋଇପଡ଼େ। କିନ୍ତୁ ଫନିର ଉତ୍ପତି ଇକ୍ବେଡର ଅଞ୍ଚଳରୁ ହୋଇଥିବାରୁ ଏହାର ଶକ୍ତି ଓ ଗତିପଥରେ ବ୍ୟତିକ୍ରମ ଦେଖାଗଲା ବୋଲି କୁହାଯାଉଛି।publive-image

ଫୋନି ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ୧୭୦ ରୁ ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଜନଜୀବନକୁ ବିଧ୍ୱସ୍ତ କରିଦେଇଥିଲା। ଏକ ପ୍ରକାର ପ୍ରଳୟ ସୃଷ୍ଟି କରିଦେଇଥିଲା ଫନି। ଗଛ ଭାଙ୍ଗି ରାସ୍ତାଘାଟ ଅବରୋଧ ହେବା ସହ ଠାଏଁ ଠାଏଁ ସ୍ଥାନରେ ବର୍ଷା ପାଣି ଜମି ରହିଥିଲା। ଫୋନି ପ୍ରଭାବରେ ଯୋଗାଯୋଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା। ପୁରୀରେ ଲ୍ୟାଣ୍ଡଫଲ୍ ପରେ ଭୟଙ୍କର ରୂପ ନେଇଥିଲା ବାତ୍ୟା। ବିକଟାଳ ଗର୍ଜନ କରି ମାଡି ଆସିଥିଲା ପବନ। ବିଶାଳ ଗଛ ବାତ୍ୟାରେ ଟଳି ପଡ଼ିବା ଫଳରେ ରାସ୍ତାଘାଟ ଅବରୋଧ ହୋଇଯାଇଥିଲା। ଫନି ସ୍ଥଳଛୁଇଁବା ପରେ ପ୍ରଥମେ ପ୍ରାୟ ଏକ ଘଣ୍ଟା ଲାଗି ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିଥିଲା। ଏହାପରେ କିଛି ସମୟ ଲାଗି ପବନ ବନ୍ଦ ହୋଇ ବର୍ଷା ହୋଇଥିଲା। ମାତ୍ର ପୁଣି ଅଧଘଣ୍ଟାର ବିରତି ପରେ କରାଳ ରୂପ ନେଇ ଆସିଥିଲା ବାତ୍ୟା। ପବନର ବେଗ ୨୧୦ କିଲୋମିଟର ପର୍ଯ୍ୟନ୍ତ ହୋଇଥିଲା । ଏହା କଚ୍ଚାଘରଦ୍ୱାର, ବଡ଼ବଡ଼ ଗଛକୁ ଧରାଶାୟୀ କରିଥିଲା। ରାଜଧାନୀ ଭୁବନେଶ୍ୱର ମଧ୍ୟ ଫୋନି ମାଡରୁ ବର୍ତ୍ତୀ ପାରିନଥିଲା । ରାଜଧାନୀରେ ବଡ ବଡ ଟାୱାର୍ ଭାଙ୍ଗିବା ସହ , ବସ୍ , କାର ମଧ୍ୟ ପବନର ଦ୍ରୁତ ବେଗରେ ଉଡିଥିଲା । ରାସ୍ତାଘାଟ,ବିଦ୍ୟୁତ୍ ସେବା,ଯାନ୍ତ୍ରିକ ସେବା, ଦୂରଭାସ ସେବା କଥା ନ କହିଲେ ଭଲ । ବାତ୍ୟାର କରାଳ ରୂପ ଦେଖି ଲୋକେ ତ୍ରାହି ତ୍ରାହି ଡାକିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe