ବାତ୍ୟାର ୧୦ଦିନ ପରେ ତିଗିରିଆ ବ୍ଲକରେ ପହଞ୍ଚିପାରିଲାନି ରିଲିଫ୍: ୬୫ ନଂ ଜାତୀୟ ରାଜପଥ ଅବରୋଧ କଲେ ବିନ୍ଧାଣିମା ଗ୍ରାମବାସୀ

Advertisment
ବାତ୍ୟାର ୧୦ଦିନ ପରେ ତିଗିରିଆ ବ୍ଲକରେ ପହଞ୍ଚିପାରିଲାନି ରିଲିଫ୍: ୬୫ ନଂ ଜାତୀୟ ରାଜପଥ ଅବରୋଧ କଲେ ବିନ୍ଧାଣିମା ଗ୍ରାମବାସୀ

କନକ ବ୍ୟୁରୋ: ବାତ୍ୟା ଫୋନିକୁ ସପ୍ତାହେରୁ ଅଧିକ ଦିନ ବିତିଯାଇଥିଲେ ବି ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ନାହିଁ । ଅନେକ ଅଂଚଳରେ ବିଜୁଳି ଓ ପାଣି ଅପହଂଚ ହୋଇ ରହିଛି । ରିଲିଫ ବି ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ ରାଜରାସ୍ତାକୁ ଓହ୍ଲାଉଛନ୍ତି ।

publive-image

ରିଲଫ ପଂହଚିନଥିବାରୁ ତିଗିରିଆ ବ୍ଲକ ବିନ୍ଧାଣିଆ ଗାଁର ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗାଁ ଲୋକେ ଖୁଂଟୁଣୀ ନରସିଂହପୁର ୬୫ ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଦୁଇ ପାଶ୍ୱର୍ରେ ଶହ ଶହ ମୋଟର ଗାଡି ଅଟକି ରହିଛି । ସାଧାରଣ ଜୀବନ ନଯାତ୍ରା ବି ବ୍ୟାହତ ହୋଇଛି । ଘଟଣାସ୍ଥଳରେ ତିଗିରିଆ ପୋଲିସ ପଂହଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe