କନକ ବ୍ୟୁରୋ: ବାତ୍ୟା ଫୋନିକୁ ସପ୍ତାହେରୁ ଅଧିକ ଦିନ ବିତିଯାଇଥିଲେ ବି ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ନାହିଁ । ଅନେକ ଅଂଚଳରେ ବିଜୁଳି ଓ ପାଣି ଅପହଂଚ ହୋଇ ରହିଛି । ରିଲିଫ ବି ମିଳୁନଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ ରାଜରାସ୍ତାକୁ ଓହ୍ଲାଉଛନ୍ତି ।
ରିଲଫ ପଂହଚିନଥିବାରୁ ତିଗିରିଆ ବ୍ଲକ ବିନ୍ଧାଣିଆ ଗାଁର ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗାଁ ଲୋକେ ଖୁଂଟୁଣୀ ନରସିଂହପୁର ୬୫ ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଦୁଇ ପାଶ୍ୱର୍ରେ ଶହ ଶହ ମୋଟର ଗାଡି ଅଟକି ରହିଛି । ସାଧାରଣ ଜୀବନ ନଯାତ୍ରା ବି ବ୍ୟାହତ ହୋଇଛି । ଘଟଣାସ୍ଥଳରେ ତିଗିରିଆ ପୋଲିସ ପଂହଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/REILIF.jpg)
/kanak/media/post_attachments/wp-content/uploads/2019/05/Screen-Shot-2019-05-13-at-11.01.15-AM-300x187.png)