ବାତ୍ୟା ପରେ କେମିତି ଅଛନ୍ତି ପଦ୍ମଶ୍ରୀ ପ୍ରକାଶ ରାଓ? ଘର ଛାତ ଉଡାଇ ନେଇଛି ସାମୁଦ୍ରିକ ଝଡ଼,୧୫ ଦିନ ପରେ ବି ପହଞ୍ଚିନି ପ୍ରଶାସନ

Advertisment
ବାତ୍ୟା ପରେ କେମିତି ଅଛନ୍ତି ପଦ୍ମଶ୍ରୀ ପ୍ରକାଶ ରାଓ? ଘର ଛାତ ଉଡାଇ ନେଇଛି ସାମୁଦ୍ରିକ ଝଡ଼,୧୫ ଦିନ ପରେ ବି ପହଞ୍ଚିନି ପ୍ରଶାସନ

କନକ ବ୍ୟୁରୋ: ବାତ୍ୟା ଫନିରେ ଉଜୁଡିଯାଇଛି ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଘର । ସାମୂଦ୍ରିକ ଝଡ଼ ଫନି ପ୍ରକାଶ ରାଓଙ୍କ ଘରର ଛାତ ଉଡାଇନେଇଛି । ଗତ ୩ ତାରିଖରେ ବାତ୍ୟା ଫନି କଟକରେ ପ୍ରଳୟ କରିବା ସମୟରେ ବାହାରେ ଥିଲେ ପ୍ରକାଶ ରାଓ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରକାଶ ଆବୁଧାବି ଯାଇଥିବା ବେଳେ ଘରେ ଏକାକି ଥିଲେ ତାଙ୍କ ପତ୍ନୀ ।

publive-image

ବାତ୍ୟା ପ୍ରଭାବରେ ତାଙ୍କ ଘର ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାତ୍ୟାର ୧୫ ଦିନ ପରେ ବି ତାଙ୍କ ପାଖରେ ପ୍ରଶାସନ ପହଚିଂନାହିଁ କି କୌଣସି ସହାୟତା ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଅନୂଧ୍ୟାନ ପରେ ସରକାରୀ ବ୍ୟବସ୍ଥା ଭିତରେ ସହାୟତା କରାଯିବ । କଟକରେ ଚା ଦୋକାନ କରି ମାଗଣାରେ ପିଲାଙ୍କୁ ପାଠ ପଢାଉଥିବା ପ୍ରକାଶ ରାଓଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe