ପୁରୀ ପାଖରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା ‘ଫୋନି’ । ଛନକା ଭରିବା ପରେ ଏବେ ଧିରେ ଧିରେ ଦୁର୍ବଳ ହେଉଛି ‘ଫୋନି’

Advertisment
ପୁରୀ ପାଖରେ କେନ୍ଦ୍ରୀଭୂତ ହେଉଛି ବାତ୍ୟା ‘ଫୋନି’ । ଛନକା ଭରିବା ପରେ ଏବେ ଧିରେ ଧିରେ ଦୁର୍ବଳ ହେଉଛି ‘ଫୋନି’

କନକ ବ୍ୟୁରୋ: ଭୟଙ୍କର ରୂପ ଧାରଣ କରିଛି ସାମୁଦ୍ରିକ ବାତ୍ୟା ଫୋନି । ଭାରତୀୟ ପାଣିପାଗ ବିଭାଗର ତାଜା ସୁଚନା ମୁତାବକ, ସାମୁଦ୍ରିକ ବାତ୍ୟା ଫୋନି ବର୍ତ୍ତମାନ ପୁରୀ ପାଖରେ କେନ୍ଦ୍ରୀଭୁତ ହେଉଛି । ଏବେ ଏକ ଘଂଟା ଭିତରେ ଏହା ପୁରୀ ଉପକୂଳକୁ ଅତିକ୍ରମ କରିବ । ଏହାପରେ ଉତର-ଉତର-ପୂର୍ବକୁ ଗତି କରି ଧିରେ ଧିରେ ଦୁର୍ବଳ ହେବାକୁ ଲାଗିବ ଏବଂ ଆସନ୍ତା କାଲି ସକାଳେ ଫୋନି ପଶ୍ଚିମବଙ୍ଗକୁ ଚାଲିଯିବ ବୋଲି କହିଛନ୍ତି ଆଇଏମଡି ଏଡିଜି ମୃତ୍ୟୁଂଜୟ ମହାପାତ୍ର ।

ଫୋନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ଉପକୂଳ ଅତିକ୍ରମ କରିବାକୁ ଆଉ ୧ ଘଂଟା ଲାଗିବ ବାତ୍ୟାର ଆଖି । ଅତିକ୍ରମ କଲେ ଧୀରେ ଧୀରେ ଦୁର୍ବଳ ହେବ । ସକାଳ ୮ଟାରେ ଆରମ୍ଭ ହୋଇଥିଲା ଫୋନିର ଲ୍ୟାଣ୍ଡଫଲ ପ୍ରକ୍ରିୟା । ବାତ୍ୟା ଆଖିର ବ୍ୟାସ ପ୍ରାୟ ୪୦ କିମି ରହିଛି । ତେବେ ଏହାର ପ୍ରଭାବରେ ଘଂଟାପ୍ରତି ୧୫ କିଲିମୋଟର ବେଗରେ ଅତିକ୍ରମ କରୁଛି ଫୋନି । ଯାହା ଫଳରେ ପବନର ବେଗ ବର୍ତ୍ତମାନ ସର୍ବାଧିକ ରହିଛି ।

ତେବେ ୧ ଘଂଟା ପରେ ପବନର ବେଗ ଧିରେ ଧିରେ ହ୍ରାସ ପାଇବ । କାରଣ ଯେତେବେଳେ ବାତ୍ୟାର ଆଖି ସଂପୂର୍ଣ୍ଣ ଭାବରେ ସ୍ଥଳଭାଗକୁ ଚାଲିଯିଏ ସେତେବେଳେ ତାର ପ୍ରକୋପ ଧିରେ ଧିରେ ଦୁର୍ବଳ ହୋଇଯିବ । ବର୍ତ୍ତମାନ ବାତ୍ୟାର ଆଖି ସଂପୂର୍ଣ୍ଣ ଭାବରେ ସ୍ଥଳଭାଗକୁ ଯାଇନାହିଁ । ଏଥିପାଇଁ ସମୟ ଲାଗିବ । ତେବେ ଆଉ ମାତ୍ର ୧ ଘଂଟା ପରେ ବାତ୍ୟାର ଆଖି ସ୍ଥଳଭାଗ ଛୁଇଁବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଏଡିଜି ମୃତ୍ୟୁଂଜୟ ମହାପାତ୍ର ।

ଅନ୍ୟ ପଟେ ଫୋନିର ଲ୍ୟାଣ୍ଡଫଳ ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଉଠି ଜନବସତି ଆଡକୁ ଜୁଆର ମାଡି ଆସୁଥିବା ଦେଖିବାକୁ ମିଳିଛି। ଚାଳ ଛପର ଘର ଉଡେଇ ନେଉଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ପୁରୀ ସହର ଭିତରେ ଅନେକ ଗଛ ଉପୁଡି ପଡିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe