କନକ ବ୍ୟୁରୋ: ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି, ଗତକାଲି ରାତି ୮ଟା ବେଳକୁ ଏହା ୧୦.୫ଂ ଉତ୍ତର ଓ ୮୬.୬ଂ ପୂର୍ବରେ ଅବସ୍ଥିତ ରହିଥିଲା। ତେବେ ଓଡ଼ିଶାରେ ପ୍ରଭାବ କେତେ ହେବ ଓ କ’ଣ ହେବ ଏହା ନେଇ ମଡେଲଗୁଡ଼ିକ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଗୋଟିଏ ମଡେଲ୍ କହୁଛି ଯେ ୪ ତାରିଖ ସକାଳ ସମୟରେ ପୁରୀ ପାଖରେ ପହଞ୍ଚିବ। ତାହା ଉପକୂଳରେ ଧସେଇ ଉତ୍ତର ପୂର୍ବ ଆଡ଼କୁ ଗତି କରିବ। ପବନର ବେଗ କମ୍ ରହିବ। ତେବେ ଭାରି ବର୍ଷା ହେବ। ଅନ୍ୟ ଏକ ମଡେଲ୍ କହୁଛି, ମେ’ ୩ ସନ୍ଧ୍ୟାରେ ପୁରୀ ନିକଟରେ ପହଞ୍ଚିବ। ଓଡ଼ିଶାର ସ୍ଥଳ ଭାଗ ଦେଇ ୪ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗରେ ପହଞ୍ଚିଥିବ। ବାତ୍ୟାର ଗତି ପୁରୀ, ଭୁବନେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ବାରିପଦା ଓ କଲିକତା ଆଡ଼କୁ ରହିବ।

Advertisment

publive-image

ପୁରୀରେ ପହଞ୍ଚିଲା ବେଳକୁ ‘ଫୋନି’ର ବେଗ ଘଣ୍ଟା ପ୍ରତି ପାଖାପାଖି ୧୩ କିମି ରହିଥିବ। ସ୍ଥଳ ଭାବେ ଛୁଇଁଲା ପରେ ଏହାର ବେଗ ଘଣ୍ଟା ପ୍ରତି ୧୮ କିମି ପର୍ଯ୍ୟନ୍ତ ବଢିପାରେ। ଏହି ମଡେଲ୍ ଅନୁସାରେ, ମେ’ ୧ ସନ୍ଧ୍ୟାଠାରୁ ଚେନ୍ନାଇର କିଛି ଦୂରରେ ‘ଫୋନି’ ସମୁଦ୍ରରେ ରହିବ। ଏହାପରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରି ପୁରୀରେ ପହଞ୍ଚିବ। ତେବେ ପୁରୀରେ ପହଞ୍ଚିଲା ପର୍ଯ୍ୟନ୍ତ ଏହାର ପ୍ରକୋପ ବଢ଼ି ବଢ଼ି ଯିବ। ମାଡ଼ ହେଲା ପରେ ଏହାର ପ୍ରକୋପ କମିପାରେ। ତେବେ ପୁରୀରେ ପହଞ୍ଚିବା ପୂର୍ବରୁ ଏହା ଅତିପ୍ରବଳ ବାତ୍ୟା ରୂପ ନେଇ ସାରିଥିବ। ବାତ୍ୟାର କେନ୍ଦ୍ରବିନ୍ଦୁର ୬୧ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ। କିନ୍ତୁ ଉତ୍ତର ପଶ୍ଚିମରେ ସବୁଠାରୁ କମ୍ ପ୍ରକୋପ ଥିବା ବେଳେ ଦକ୍ଷିଣ ପୂର୍ବରେ ସବୁଠାରୁ ଅଧିକ ରହିବ। ତେଣୁ ପୁରୀରୁ ବାରିପଦାକୁ ସଂଯୋଗ କରୁଥିବା ସରଳ ରେଖାର ପଶ୍ଚିମରେ ଆସୁଥିବା ଜିଲ୍ଲାଗୁଡ଼ିକରେ ପ୍ରଭାବ ଅପେକ୍ଷାକୃତ କମ୍ ପଡ଼ିବ।

publive-image

ଏହି ମଡେଲ୍ ଯଦି ସତ ହୁଏ ତେବେ ପବନ ଓ ବର୍ଷାର ପ୍ରଭାବ ପଡ଼ିବ। ଏହାର ଓଡ଼ିଶା ଉପରେ କିଭଳି ଗତିପଥ ରହିବ ତାହା ମେ’ ୧ ତାରିଖ ସନ୍ଧ୍ୟାରେ ନିର୍ଣ୍ଣୟ ହେବ। ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ ହେଉଛି ମେ’ ୩ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ଓଡ଼ିଶା ଉପକୂଳରେ ମାଡ଼ ହେବ। ଗଞ୍ଜାମରୁ ପୁରୀ ଜିଲ୍ଲା ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ। ପହଞ୍ଚିଲା ବେଳେ ପବନର ବେଗ ୨୦୦ କିମି ରହିପାରେ। ପୁରୀ, ଜଗତସିଂହପୁର ସମେତ ଉପକୂଳ ଜିଲ୍ଲା ଅଧିକ ପ୍ରଭାବିତ ହେବ। କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀ ଓଡ଼ିଶାକୁ ‘‘ଫୋନି’ ମୁହାଁଉଥିବା ସୂଚାଇ କହିଛି, ଦକ୍ଷିଣ ଓଡ଼ିଶା ଆଖପାଖ ଅଞ୍ଚଳରେ ୨ ତାରିଖ ବେଳକୁ ବର୍ଷା ଆରମ୍ଭ ହୋଇଯିବ। ତେବେ ୩ ତାରିଖ ବେଳକୁ ଏହା କ୍ରମଶଃ ଉପକୂଳ ଆଡକୁ ଯିବା ସହିତ ବର୍ଷାର ପରିମାଣ ବଢିବ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

publive-image

ତେବେ ସମ୍ଭାବ୍ୟ ବାତ୍ୟା ଦ୍ବାରା ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏବେ ଧାନ ଫୁଲ ବାହାରିବା ଅବସ୍ଥାରେ ରହିଛି। ପବନ ହେଲେ କ୍ଷତିଗ୍ରସ୍ତ ହୋଇପାରେ। ସେହିପରି ମୁଗ, ବାଦାମ ମଧ୍ୟ ଆନେକ ସ୍ଥାନରେ ଅମଳ ଅବସ୍ଥାକୁ ଆସି ନାହିଁ। ତେବେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ଡାଲିଜାତୀୟ ଓ ତୈଳ ବୀଜଜାତୀୟ ଫସଲ ଜମିରୁ ପାଣି ନିଷ୍କାସନ କରି ଦେବା ଦରକାର। ଅମଳ ଅବସ୍ଥାକୁ ଆସିଯାଇଥିଲେ ତାହାକୁ େଲାକେ ଶୀଘ୍ର ସୁରକ୍ଷିତ ସ୍ଥାନକୁ ନେଇଯିବା ଉଚିତ। ପନିପରିବା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।