ଏବେ ମିଆଁମାର ଓ ଥାଇଲାଣ୍ଡ ମୁହାଁ ବାତ୍ୟା ‘ଫନି’ । ପାଣିପାଗ ବିଭାଗର ସୂଚନା ଓଡିଶା ପ୍ରତି ନାହିଁ ଭୟ

Advertisment
ଏବେ ମିଆଁମାର ଓ ଥାଇଲାଣ୍ଡ ମୁହାଁ ବାତ୍ୟା ‘ଫନି’ । ପାଣିପାଗ ବିଭାଗର ସୂଚନା ଓଡିଶା ପ୍ରତି ନାହିଁ ଭୟ

କନକ ବ୍ୟୁରୋ: ବର୍ତ୍ତମାନ ଦକ୍ଷିଣ ବଙ୍ଗୋପସାଗରରେ ଥିବା ଅବପାତ ବାତ୍ୟାରେ ପରିଣତ ହୋଇଛି। ହେଲେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରୁଥିବାରୁ ବାତ୍ୟା ‘ଫନି’ ଏବେ ମିଆଁମାର ଓ ଥାଇଲାଣ୍ଡ ମୁହାଁ ହୋଇଛି। ଫଳରେ ବାତ୍ୟାର ପ୍ରଭାବ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବାକୁ ନଥିବାବେଳେ ଓଡ଼ିଶାରେ ଏହାର ପ୍ରଭାବ ଆଦୌ ପଡ଼ିବନି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

publive-image

ପ୍ରଫେସର ପଶୁପାଳକ କହିଛନ୍ତି ଯେ, ସାଟେଲାଇଟ୍ ଚିତ୍ର ଅନୁସାରେ ଗତକାଲି ସକାଳ ୮ଟାରେ ଏହି ବାତ୍ୟା ‘ଫନି’ ଟି-୩ରେ ପରିଣତ ହୋଇଛି। ରାତି ୮ଟା ବେଳେ ଏହା ୬.୨ଡିଗ୍ରି ଉତ୍ତର ଏବଂ ୮୯.୨ ଡିଗ୍ରି ପୂର୍ବରେ ଅବସ୍ଥିତ ଥିଲା। ବାତ୍ୟା ଏବେ କଲୋମ୍ବୋ ଠାରୁ ୧୦୩୪ କିମି, ଚେନ୍ନାଇ ଠାରୁ ୧୨୪୧କିମି, ପୁରୀ ଠାରୁ ୧୫୫୬କିମି ଦୂରରେ ଅଛି। ଏହା ୩୦ତାରିଖ ରାତି କିମ୍ବା ୧ତାରିଖ ସକାଳେ ଚେନ୍ନାଇ ଉପକୂଳ ଦିଗରେ ରହିବ। ଏହାପରେ ଉତ୍ତର ପୂର୍ବ ଦିଗରେ ଗତି କରିବ। ସେତେବେଳକୁ ସମୁଦ୍ରରେ ବାୟୁର ଚାପ ଓଡ଼ିଶା ସମେତ ଆନ୍ଧ୍ରପଦେଶ, ଚେନ୍ନାଇ, ତାମିଲନାଡ଼ୁ ଉପକୂଳ ଅପେକ୍ଷା ବାଂଲାଦେଶରେ ଅଧିକ ରହିବ। ମିଆଁମାର ଓ ଥାଇଲାଣ୍ଡରେ ଏହାଠାରୁ ଅଧିକ ରହିବ। ତେଣୁ ବାତ୍ୟା ସମୁଦ୍ର ସମୁଦ୍ରରେ ଗତି କରି ମିଆଁମାର କିମ୍ବା ଥାଇଲାଣ୍ଡରେ ମାଡ଼ ହେବ। ବର୍ତ୍ତମାନର ଆକଳନ ଯାହା କହୁଛି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୨୯ତାରିଖ ବେଳକୁ ସାମାନ୍ୟ ବର୍ଷା ହେବ। ହେଲେ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ। ଏହାର କାରଣ ହେଉଛି ଓଡ଼ିଶା ଉପକୂଳର ସ୍ଥଳ ଓ ଜଳଭାଗରେ ତାପମାତ୍ରା ଅଧିକ ରହୁଛି। ତେବେ ୧ତାରିଖ ସକାଳୁ ଏହାର ଦିଗ ପରିବର୍ତ୍ତନ ନେଇ ଠିକ୍ ଆକଳନ କରିହେବ।

publive-image

ଅପରପକ୍ଷେ ବାତ୍ୟାର ଭୟ ଓଡ଼ିଶାକୁ ନଥିଲେ ବି ଯଦି ବାତ୍ୟା ଓଡ଼ିଶା ମୁହାଁ ହୁଏ ତେବେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗତକାଲି ସ୍ବତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀ ସମେତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯାଞ୍ଚ କରି ପ୍ରସ୍ତୁତ ରହିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe