ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ଫୋନି । ପୁରୀରୁ ୧୩୦, ଗୋପାଳପୁରରୁ ୭୫ କିଲୋମିଟର ଦୂରରେ ରହିଛି ବାତ୍ୟା ଫୋନି ।

422

କନକ ବ୍ୟୁରୋ : ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଫୋନି । ପୁରୀରୁ ୧୩୦ କିମି ଦୂରରେ ରହିଛି ସାଂଘାତିକ ବାତ୍ୟା ଫୋନି । ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପୁରୀ ଆଡକୁ ମାଡି ଆସୁଥିବା ଫୋନି ସକାଳ ୮ଟାରୁ ୧୦ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେହିଭଳି ଏହା ଏବେ ଗୋପାଳପୁରରୁ ୭୫ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ଏହି ବାତ୍ୟାର ପ୍ରକୋପ ବଢି ଚାଲିଥିବା ବେଳେ ୧୯୦ କିଲୋମିଟର ବେଗରେ ପବନ ବହୁଛି । ତେଣୁ ଏହା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ପାଖାପାଖି ଘଣ୍ଟାପ୍ରତି ପ୍ରାୟ ୨୦୦ କିଲୋମିଟରରୁ ଅଧିକ ରହିପାରେ ।

ସ୍ଥଳଭାଗ ଆଡକୁ ଫୋନି ଯେତିକି ଜୋରରେ ମାଡି ଆସୁଛି ପବନ ଓ ବର୍ଷାର ପରିମାଣର ସେତିକି ଜୋରରେ ବଢିଚାଲିଛି । ଗୋପାଳପୁରରେ ଏବେ ୧୦୫ କିଲୋମିଟର ବେଗରେ ପବନ ବହୁଥିବା ବେଳେ ଏପର୍ଯ୍ୟନ୍ତ ୧୩୯ ମିମିର ବର୍ଷା ହୋଇଛି । ସେହିଭଳି ପୁରୀରେ ପବନର ବେଗ ବଢି ବଢି ଚାଲିଥିବା ବେଳେ ବର୍ଷା ଥମିବାର ନାଁ ନେଉନାହିଁ ।