ଓଡିଶା ପରେ ବାଙ୍ଗଲାଦେଶରେ ଫୋନି ଦେଖାଇଲା ତାଣ୍ଡବ ! ୧୪ ମୃତ , ୬୩ ଗୁରୁତର ଆହତ

673

ଭାରତର ପୂର୍ବତଟରେ ପ୍ରଳୟଙ୍କାରୀ ବାତ୍ୟା ଫୋନି ତାଣ୍ଡବ ରଚିବା ପରେ ଶନିବାର ବାଙ୍ଗଲାଦେଶରେ ନିଜ ଉପସ୍ଥିତିକୁ ଜାହିର କରିଛି । ବାଙ୍ଗଲାଦେଶରେ ୧୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୬୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ମୃତ୍ୟୁର ଆକଳନ କରାଯାଇଛି । ଉଲ୍ଲେଖ କରାଯାଇଛି ଯେ ୨୦୦୮ ବଙ୍ଗଳାର ଖାଡିରୁ ହୋଇ ୨୦୦ କି.ମି. ପ୍ରତି ଘଣ୍ଟା ବେଗରେ ପବନ ବୋହିଥିବା ଭୟଙ୍କର ବାତ୍ୟା ନରଗିସ୍ ରୁ ମଧ୍ୟ ତୀବ୍ର ଥିଲା ଫୋନିର ତାଣ୍ଡବ ।

ଶନିବାର ସକାଳ ବାଙ୍ଗଲାଦେଶରେ ହୋଇଥିବା ଫୋନିର ତାଣ୍ଡବ ଦେଖିବାକୁ ମିଳିଥିଲା । ଏହି ବାତ୍ୟାରେ ଅନେକ ଗଛ ଭାଙ୍ଗିବା ସହ ୫୦୦ ରୁ ଅଧିକ ଘର ଭାଙ୍ଗିଯାଇଛି । ବାଙ୍ଗଲାଦେଶ ଅଧିକାରୀଙ୍କ ୧୬ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ।