ବଢୁଛି ରାତି, ବଢୁଛି ଭୟ । ଅଶାନ୍ତ ହେଉଛି ସମୁଦ୍ର, ପୁରୀରୁ ୨୩୦ କିମି ଦୂରରେ ରହିଛି ବାତ୍ୟା ‘ଫୋନି’ ।

185

କନକ ବ୍ୟୁରୋ : ବଢୁଛି ରାତି, ବଢୁଛି ଭୟ । ରାତି ଯେତେ ଗଭୀର ହେଉଛି, ବାତ୍ୟାର ଭୟ ମନରେ ସେତେ ବଢି ବଢି ଚାଲିଛି । ରାତିର କଳାଅନ୍ଧାରକୁ ଭେଦ କରି ସ୍ଥଳଭାଗ ନିକଟତର ହେଉଛି ବାତ୍ୟା ‘ଫୋନି’ । ପୁରୀରୁ ବର୍ତ୍ତମାନ ୨୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଫୋନି’ । କାଲି କସାଳ ୮ଟାରୁ ୧୦ଟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ପ୍ରଥମେ ଝିପି ଝିପି ବର୍ଷା ହେବ । ପରେ ପରେ ବର୍ଷାର ପରିମାଣ ବଢି ଚାଲିବ । ଧୀରେ ଧୀରେ ବର୍ଷାର ପରିମାଣ ବଢି ପ୍ରବଳ ହେବ । ଏନେଇ ସୂଚନା ଦେଇଛନ୍ତି, ଆଇଏମଡି ଏଜିଡି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ବର୍ତ୍ତମାନ ସମୟର ସ୍ଥିତି ଉପରେ ଯଦି ନଜର ପକାଇବା, ତେବେ ଉପକୂଳ ଅଞ୍ଚଳରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହୁଛି । ସମୁଦ୍ର ଅଶାନ୍ତ ହେଉଥିବା ବେଳେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାର ମଧ୍ୟ ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସମୟରେ ୧୩ କିଲୋମିଟର ବେଗରେ ସ୍ଥଳଭାଗମୁହାଁ ହେଉଛି ବାତ୍ୟା ଫୋନି । ଯାହା ଆସନ୍ତାକାଲି ସକାଳ ୮ଟାରୁ ୧୦ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ।