ଘଣ୍ଟା ପ୍ରତି ୧୩ କିମି ବେଗରେ ମାଡି ଆସୁଛି ଭୟଙ୍କର ବାତ୍ୟା । ପୁରୀରୁ ୨୦୦ କିମି ଦୂରରେ ‘ଫୋନି’ ।

249

କନକ ବ୍ୟୁରୋ : ପୁରୀର ଆହୁରି ନିକଟବର୍ତ୍ତୀ ହେଉଛି ବାତ୍ୟା ‘ଫୋନି’ । ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ତାଜା ସୂଚନା ଅନୁଯାୟୀ, ପୁରୀ ଠାରୁ ଏବେ ଆଉ ମାତ୍ର ୨୦୦ କିଲୋମିଟର ଦୂରରେ ରହିଛି ଫୋନି । ବର୍ତ୍ତମାନ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା । ତେବେ ସବୁଠାରୁ ବଡ କଥା ହେଉଛି, ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିଲୋମିଟର ରହିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେତେକ ସ୍ଥାନରେ ପବନର ବେଗ ୨୦୦ କିଲୋମିଟର ଉପରେ ରହିବ ବୋଲି ମଧ୍ୟ ଜଣାପଡିଛି ।

ଭାରତୀୟ ପାଣିପାଗ ବିଭାଗ ଅନୁମାନ କରୁଛି କାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀ ଉପକୂଳ ନିକଟବର୍ତି ଅଂଚଳରେ ମାଡ ହେବ ବାତ୍ୟା । ସେହିପରି ଦେଢ଼ ମିଟର ଉଚ୍ଚତାର ଜୁଆର ଆସିବା ନେଇ ଆକଳନ କରାଯାଉଛି । ପ୍ରବଳ ଝଡ଼ ବର୍ଷାର ଆଶଙ୍କା ଥିବା ଯୋଗୁଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଂଜାମ, ଗଜପତି ସମେତ କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଏହି ବାତ୍ୟାର ପ୍ରକୋପ ଅଧିକ ମାତ୍ରାରେ ଅନୁଭୂତ ହେବ ।