୧୬ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ‘ଫୋନି’ । ବଢୁଛି ବର୍ଷା, ବହୁଛି ପବନ ।

404

କନକ ବ୍ୟୁରୋ : ସ୍ଥଳଭାଗ ନିକଟତର ହେବାରେ ଲାଗିଛି ବାତ୍ୟା ‘ଫୋନି’ । ବାତ୍ୟା ଯେତିକି ପାଖଉଛି, ପ୍ରଭାବରେ ବର୍ଷା ଓ ପବନ ବଢିବାରେ ଲାଗିଛି । ପୁରୀଠାରୁ ଆଉ ମାତ୍ର ୧୧୦ କିଲୋମିଟର ଦୂରରେ ଫୋନି ରହିଥିବା ବେଳେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଛି ବାତ୍ୟା । ତାଜା ସୂଚନା ଅନୁସାରେ ସକାଳ ୮ଟାରୁ ୧୦ଟା ଭିତରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ତେବେ ସବୁଠାରୁ ବଡ କଥା ହେଉଛି, ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଆରମ୍ଭ ହୋଇଗଲାଣି । ପୁରୀ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ଗୋପାଳପୁରରେ ୧୦୫ମିମି ବେଗରେ ପବନ ବୋହୁଛି । ବାତ୍ୟା ପୁରୀର ନିକଟବର୍ତ୍ତୀ ହେଉଥିବା ବେଳେ ପବନର ବେଗ ମଧ୍ୟ ବଢିବାରେ ଲାଗିଛି । ତେବେ ସ୍ଥଳଭାଗ ଛୁଇଁଲେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଏପରିକି କେତେକ ସ୍ଥାନରେ ୨୨୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ।