ଜଗନ୍ନାଥ ମନ୍ଦିରରେ ଫୋନିର ତାଣ୍ଡବ । ସିଂହଦ୍ୱାର ସମ୍ମୁଖରେ ଭାଙ୍ଗିଗଲା ଜୟଙ୍କ ମୂର୍ତ୍ତି, ବେହରଣ ଦ୍ୱାରରୁ ଖସିଲା ପଥର ଖଣ୍ଡ ।

Advertisment
ଜୁନ ୫ରୁ ଶ୍ରୀମନ୍ଦିର ମରାମତି କାମ ଆରମ୍ଭ ହେବ ! ନୀଳାଦ୍ରୀ ବିଜେ ପୂର୍ବରୁ କାମ ସରିବାକୁ ରହିଛି ଲକ୍ଷ୍ୟ

କନକ ବ୍ୟୁରୋ : ଫୋନିର ତାଣ୍ଡବ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନ ମାଡ଼ରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ଜୟଙ୍କ ମୂର୍ତି ଭାଙ୍ଗି ଗଡ଼ଗଡ଼ ହୋଇଯାଇଛି। ଆଜି ପୁଣି ଥରେ ନୀଳଚକ୍ରରୁ ବାନା ଉଡ଼ିଯାଇଛି। ସିଂହଦ୍ବାର ସମ୍ମୁଖରେ ଥିବା ଡିଜିଟାଲ ସୂଚନା ଫଳକ ବି ପବନ ମାଡ଼ରେ ଭୁଶୁଡ଼ିପଡ଼ିଛି। କେବଳ ବାହାରେ ନୁହେଁ, ଶ୍ରୀମନ୍ଦିର ଭିତରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଚାରିପାଖରେ ବନ୍ଧା ଯାଇଥିବା ଲୁହାର ବ୍ୟାରିକେଡ୍ ବି ଖସିପଡ଼ିଛି। ବେହରଣ ଦ୍ବାର ସମ୍ମୁଖରେ ଶ୍ରୀମନ୍ଦିର ଏକାଧିକ ଖଣ୍ଡ ପଥର ବି ଖସି ପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ଶ୍ରୀମନ୍ଦିର ବଟବୃକ୍ଷ ବି ଶାଖାବିହୀନ ହୋଇଯାଇଛି। ପ୍ରବଳ ପବନ ମାଡ଼ରେ ଏହା ସଂପୂର୍ଣ୍ଣ ଭାଙ୍ଗିଯାଇଛି। ଶ୍ରୀମନ୍ଦିର ପରିସର ଉଦ୍ୟାନ ସବୁ ବି ଛାରଖାର ହୋଇଯାଇଛି। ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ମନ୍ଦିର କାର୍ଯ୍ୟାଳୟ ବି ଫନି ଦ୍ବାରା ପ୍ରଭାବିତ ହୋଇଛି।

publive-imageସବୁଠି କିଟିକିଟି ଅନ୍ଧାର। ଫୋନି ପୁରୀକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଛି। ପୁରୀର ଭିତ୍ତିଭୂମିକୁ ଦୋହଲାଇଦେଇଛି। ଶହେ ବର୍ଷରେ ହୋଇ ନଥିବା ଭଳି କ୍ଷତି ଘଟାଇଛି ଫୋନି। ପ୍ରାଥମିକ ଆକଳନ ଅନୁଯାୟୀ ୫ହଜାର କୋଟିର କ୍ଷୟକ୍ଷତି ହୋଇଛି। ବିଜୁଳି ଭିତ୍ତିଭୂମି ଭୁଶୁଡି ଯାଇଛି। ପୁରୀର ୬୦୦୦ ବିଜୁଳି ଖୁଣ୍ଟି ଉପୁଡ଼ି ପଡ଼ିଥିବା ପ୍ରାରମ୍ଭିକ ସୂତ୍ରରୁ ସୂଚନା ମିଳିଛି। ୩୩କେଭିର ବଡ଼ ବଡ଼ ଟାୱାର ଭାଙ୍ଗି ରାସ୍ତାରେ ଗଡ଼ୁଛି। ୯୦ଭାଗ ତାର ତଳେ ପଡ଼ିଛି। ସ୍ଥିତି ଏମିତି ଯେ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ପୁରୀକୁ ବିଜୁଳି ମିଳିବା କଷ୍ଟକର ହୋଇପଡ଼ିବ। ବିଜୁଳି ପାଇଁ ସେସୁ ଲାଗିଛ। ମାତ୍ର ଏର୍ଯ୍ୟନ୍ତ ଭାଙ୍ଗିଥିବା ବା ଶୋଇପଡ଼ିଥିବା ବିଜୁଳି ଖୁଣ୍ଟିୁକୁ ଠାବ କରାଯାଇପାରିନାହିଁ। ସମଗ୍ର ପୁରୀ ଜିଲ୍ଲାରେ ବିଜୁଳି ସେବା ଠପ୍ ହୋଇଯାଇଛି। ପୁରୀର ପ୍ରତି ସାହି ଗଳିର ବିଜୁଳି ତାର ତଳେ ଲୋଟୁଛି। ଖୁଣ୍ଟି ମାଟିରେ ଲାଗିଛି। ଟାୱାର ରାସ୍ତାରେ ଗଡ଼ୁଛି। ଏସବୁକୁ ସଜାଡ଼ିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରାଗଲେ ମଧ୍ୟ ଅତିକମରେ ୭ଦିନ ଲାଗିବ।

ବିଜୁଳି ନଥିବାରୁ ଆଜି ପୁରୀ ସହର ଓ ଜିଲ୍ଲା ପୂରା ଅନ୍ଧାରରେ ରହିଛି। ଚାରିଆଡ଼େ କିଟି କିଟି ଅନ୍ଧାର। କେବଳ ବତୀ ଆଲୁଅ, ମହମବତୀ ହିଁ ଭରସା। ବିଜୁଳି ନଥିବାରୁ ପାଣି ପମ୍ପ ଗୁଡ଼ିକ ପ୍ରାୟ ଅଚଳ ରହିଛି। ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି, ଆପାର୍ଟମେଣ୍ଟରେ ରହୁଥିବା ଲୋକମାନଙ୍କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe