କନକ ବ୍ୟୁରୋ : ଫୋନି ଫଣାରେ ଅଧା ଓଡିଶା । ସ୍ଥଳଭାଗ ଛୁଇଁବା ପରେ ଅଧା ଓଡିଶାର ଚିତ୍ର ବଦଳାଇ ଦେଇଛି ବାତ୍ୟା ଫୋନି । ଏପରିକି ଫୋନିର ନାଁ ଶୁଣିଲେ ଭୟରେ ମନ କମ୍ପି ଉଠୁଛି । ପୁରୀ ସହ ରାଜ୍ୟ ରାଜଧାନୀରେ ଫୋନି ଯେଉଁ ତାଣ୍ଡବ ରଚିଛି ତାହାକୁ ନେଇ ଏବେ ଜାତୀୟ ଓ ଅର୍ନ୍ତଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ବାତ୍ୟା ଫୋନିର ପବନର ବେଗ ଆଗରେ ଶ୍ରୀହୀନ ହୋଇ ପଡିଛି ସ୍ମାର୍ଟ ସିଟି । ସବୁଜ ସୁନ୍ଦର ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକୁ ହରଣ କରି ନେଇଛି ବାତ୍ୟା ଫୋନି । ଚକାଚକ ଦିଶୁଥିବା ଭୁବନେଶ୍ୱର ରାସ୍ତାରେ ଏବେ ପଡିଛି ଅଧା ଭଙ୍ଗା ଗଛ । ଆଉ ଚିକିମିକ ହୋଇ ଜଳି ଉଠୁଥିବା ରାଜଧାନୀ ଏବେ ଅନ୍ଧାର ଘେରରେ । ଖାସକରି ବିମାନ ବନ୍ଦର ଓ ରେଳୱେ ଷ୍ଟେସନର ସ୍ଥିତି ଏମିତି ହୋଇଛି ଯେ, ଏହାକୁ ସହଜରେ ଚିହ୍ନିବା ମଧ୍ୟ କଷ୍ଟକର ହୋଇଯିବ ।
ଭୁବନେଶ୍ୱର ବିମାନବନ୍ଦରର ସମ୍ମୁଖ ସମ୍ପୂଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି । ସମାନ ଅବସ୍ଥା ଭୁବନେଶ୍ୱର ରେଲୱେ ଷ୍ଟେସନର ମଧ୍ୟ । ରେଲୱେ ଷ୍ଟେସନର ଆଜବେଷ୍ଟ ଛାତକୁ ସମ୍ପୂର୍ଣ୍ଣ ଭାବେ ଉଡାଇ ନେଇଛି ଫୋନି । ସବୁବେଳେ ଗହଳି ଚହଳି ଲାଗି ରହୁଥିବା ଭୁବନେଶ୍ୱର ରେଲୱେ ଷ୍ଟେସନ ପୂରା ନିସ୍ତବ୍ଧ ହୋଇ ଯାଇଛି ।
ଫୋନି ଉଡାଇ ନେଲା ଭୁବନେଶ୍ୱର ବିମାନ ବନ୍ଦରର ନାଁ
ରାସ୍ତାରେ ପଡି ରହିଛି ବିମାନବନ୍ଦର ସାଇନବୋର୍ଡ
ଫୋନି ଯିବା ପରେ ଭୁବନେଶ୍ୱର ରେଲୱେ ଷ୍ଟେସନ
ଉଡି ଯାଇଛି ରେଲୱେ ଷ୍ଟେସନର ଆଜବେଷ୍ଟ ଛାତ
ଖାଁ ଖାଁ ଦିଶୁଛି ଭୁବନେଶ୍ୱର ରେଲୱେ ଷ୍ଟେସନ
ସେହିଭଳି ପୁରୀରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଶ୍ରୀମନ୍ଦିରରେ ମଧ୍ୟ ଫୋନିର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ସାଙ୍ଗକୁ ପବନ ମାଡ଼ରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା ଜୟଙ୍କ ମୂର୍ତି ଭାଙ୍ଗି ଗଡ଼ଗଡ଼ ହୋଇଯାଇଛି। ଏହାଛଡା ନବକଳେବର ସମୟରେ ନବ ନିର୍ମିତ ମାଳତୀପାଟପୁର ବସ୍ ଷ୍ଟାଣ୍ଡର ଅବସ୍ଥା ଏମିତି ହୋଇଛି ଯେ ଜଣେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିବ ନାହିଁ । ପର୍ଯ୍ୟଟକଙ୍କ ଦୃଷ୍ଟି ଆର୍କଷଣ କରୁଥିବା ମାଳତୀପାଟପୁର ବସ୍ ଷ୍ଟାଣ୍ଡକୁ ଭାଙ୍ଗି ଚୂରମାର କରି ଦେଇଛି ବାତ୍ୟା ଫୋନି ।
ଭାଙ୍ଗିଲା ସିଂହଦ୍ବାର ସମ୍ମୁଖରେ ଥିବା ଜୟଙ୍କ ମୂର୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/bhubaneswar-airport-fani_710x400xt.jpg)
/kanak/media/post_attachments/wp-content/uploads/2019/05/Bhubaneswar-airport-cyclone-fani.jpg)
/kanak/media/post_attachments/wp-content/uploads/2019/05/puritemple-487839657_6.png)
/kanak/media/post_attachments/wp-content/uploads/2019/05/04cyclone-fani5.jpg)