ପ୍ରାଣ ନେଲା ‘ଫୋନି’ ! ସରକାରୀ ତଥ୍ୟ ଅନୁସାରେ ବାତ୍ୟା ‘ଫୋନି’ରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ।

157

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ମୃତ୍ୟୁ ସଂଖା ୪୧ ଛୁଇଁଲା । ସାମୁଦ୍ରିକ ଝଡ଼ ଫନି ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ପୁରୀ ସର୍ବାଧିକ ମୃତ୍ୟୁ ସଂଖ୍ୟା ରହିଥିବାବେଳେ କେନ୍ଦ୍ରାପଡ଼ାରେ କମ୍ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆସନ୍ତା ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧୦୦ ପ୍ରତିଶତ ବିଦ୍ୟୁତ ସେବା ମିଳିବ । ଏହା ପରେ ପୁରୀରେ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ୧୨ ତାରିଖରୁ ଆରମ୍ଭ କରାଯିବ । ସେହିଭଳି ରାଜଧାନୀରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଛି । ଭୁବନେଶ୍ୱର ବାଦ୍ କଟକରେ ୮୦ ପ୍ରତିଶତ, ଖୋର୍ଦ୍ଧାରେ ୭୦ ପ୍ରତିଶତ, ଜଟଣୀରେ ୫୦ ପ୍ରତିଶତ ଜଳ ଯୋଗାଣ ହୋଇ ପାରିଛି ।

ସେପେଟେ ଆସନ୍ତା ୧୨ ତାରିଖରୁ ପୁରୀରେ ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟା ଆରମ୍ଭ ହେବ । ସମଗ୍ର ଜିଲ୍ଲାକୁ ବଦ୍ୟୁତ୍ ସଂଯୋଗ ପାଇଁ ୧ ମାସରୁ ଉଦ୍ଧ୍ୱର୍ ସମୟ ଲାଗିପରାରେ ବୋଲି ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂହ ।