'ଫୋନି'ର ଚୂଡ଼ାନ୍ତ ରିପୋର୍ଟ ! କ୍ଷତିଠୁ ବଳିଗଲା କ୍ଷତିପୂରଣ, ପୁନଃରୁଦ୍ଧାର ପାଇଁ ଆବଶ୍ୟକ ଅଧିକ ୫ ହଜାର ୧୩୯ କୋଟି ।

Advertisment
'ଫୋନି'ର ଚୂଡ଼ାନ୍ତ ରିପୋର୍ଟ ! କ୍ଷତିଠୁ ବଳିଗଲା କ୍ଷତିପୂରଣ, ପୁନଃରୁଦ୍ଧାର ପାଇଁ ଆବଶ୍ୟକ ଅଧିକ ୫ ହଜାର ୧୩୯ କୋଟି ।

କନକ ବ୍ୟୁରୋ: ଗତ ମେ’ ୩ ତାରିଖରେ ଓଡ଼ିଶାକୁ ଗ୍ରାସ କରିଥିବା ‘ଫୋନି’ ନଷ୍ଟ କରିଛି ୨୪ ହଜାର ୧୭୬ କୋଟି ଟଙ୍କାର ସମ୍ପତି । ଏନେଇ ଲୋକସେବା ଭବନ (ସଚିବାଳୟ)ରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଏବଂ ମିଳିତ ଜାତିସଂଘ । ଏପରିକି ସମସ୍ତ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ମୋଟ୍ ୨୯ ହଜାର ୩୧୫ କୋଟି ଟଙ୍କାର ଆବଶ୍ୟକତା ରହିଛି। ବାତ୍ୟା ଦ୍ୱାରା ଭିତ୍ତିଭୂମି ଗୁଡ଼ିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଏଗୁଡ଼ିକର ପୁନଃନିର୍ମାଣ ପାଇଁ ସମୁଦାୟ ନିର୍ଦ୍ଧାରିତ ଅର୍ଥର ଶତକଡ଼ା ୪୨ ଭାଗ ଆବଶ୍ୟକତା ରହିଥିବାବେଳେ ସାମାଜିକ କ୍ଷେତ୍ର, ଯେଉଁଥିରେ ଗୃହ ନିର୍ମାଣ ଅର୍ନ୍ତଭୁକ୍ତ ସେଥିପାଇଁ ଶତକଡ଼ା ୩୬ ଭାଗ ଅର୍ଥର ଆବଶ୍ୟକତା ରହିଛି ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି ।

publive-imageସେହିପରି ‘ଫନି’ ବାତ୍ୟା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ ସମ୍ବନ୍ଧୀୟ ଏହି ରିପୋର୍ଟକୁ ଲୋକସେବା ଭବନରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିଳିତ ଜାତିସଂଘର ଭାରତରେ ଅବସ୍ଥିତ ମୁଖ୍ୟ ସମନ୍ଵୟକାରୀ ରେନାଟା ଲୋକ୍-ଡେସାଲିଏନ୍ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଶ୍ୱ ବ୍ୟାଙ୍କ,ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ, ୟୁ.ଏନ୍.ଡି.ପି ଓ ଅନ୍ୟାନ୍ୟ ପ୍ରମୁଖ ସଂସ୍ଥାମାନଙ୍କର ଉଚ୍ଚ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ,ବିଭିନ୍ନ ବିଭାଗର ଶାସନ ସଚିବ ଓ ଏସ.ଆର.ସି ଅଫିସ’ର ଅଧିକାରୀମାନେ ଉପସ୍ଥିତି ଥିଲେ ।

publive-imageଗତ ମଇ ମାସ ୩ ତାରିଖ ଦିନ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା ଓ ଏହାର ପ୍ରଭାବରେ ରାଜ୍ୟର ୧୪ ଗୋଟି ଜିଲ୍ଲାରେ ପ୍ରଭୁତ ଧନ ଜୀବନ କ୍ଷତି ହେବା ସହିତ ପାଖାପାଖି ୧ କୋଟି ୬୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ବାତ୍ୟା ପରବର୍ତ୍ତୀ ସମୟରେ ଓଡ଼ିଶା ସରକାର, କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ଏବଂ ମିଳିତ ଜାତିସଂଘର ସହଯୋଗୀତାରେ ବାତ୍ୟା କ୍ଷୟକ୍ଷତି ଓ ପୁନଃରୁଦ୍ଧାର ଆବଶ୍ୟକତା ନିର୍ଦ୍ଧାରଣ କାର୍ଯ୍ୟ ହାତକୁ ନେଇଥିଲେ, ଯାହାର ଚୂଡ଼ାନ୍ତ ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ଏହି ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe