‘ଫୋନି’ ପରେ ଓଡ଼ିଶା ସାଥିରେ ସମସ୍ତେ । ବିଦେଶରୁ ମଧ୍ୟ ବଢ଼ାଇପାରିବେ ସହାୟତାର ହାତ । ଜାଣନ୍ତୁ କିପରି?

‘ଫୋନି’ ପାଇଁ ଜନ୍ମଦିନ ନପାଳିବାକୁ ନବୀନଙ୍କ ନିଷ୍ପତ୍ତିି, ଆସନ୍ତାକାଲି ନବୀନ ନିବାସ ନଆସି ଅନାଥାଶ୍ରମ ଯିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ

କନକ ବ୍ୟୁରୋ: ବାତ୍ୟା ‘ଫୋନି’ରେ ବିର୍ଯ୍ୟସ୍ତ ଓଡ଼ିଶାର ପୁନଃରୁଦ୍ଧାର ପାଇଁ ପ୍ରୟାସ । ଦେଶର କୋଣ ଅନୁକୋଣରୁ ଓଡ଼ିଶା ପାଇଁ ସହାୟତାର ହାତ ବଢୁଥିବାବେଳେ ଏଣିକି ବିଦେଶରୁ ମଧ୍ୟ ସହାୟତା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟର ପେଜରୁ ସୂଚନା ମିଳିଛି । ‘ଫୋନି’ ପ୍ରପୀଡ଼ିତ ଓଡ଼ିଶାର ପୁର୍ନଗଠନ ପାଇଁ ଏଣିକି ବିଦେଶରୁ ସହାୟତା ରାଶି ସିଧାସଳଖ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟରୁ ସୂଚନା ମିଳିଛି । ଏପରିକି ଯଦି ଆପଣ ଆମେରିକା, କାନାଡ଼ା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ୟୁଏଇ ବାସିନ୍ଦା କିମ୍ବା ଏନଆରଆଇ ହୋଇଥିଲେ ମଧ୍ୟ ଆପଣ ଓଡ଼ିଶା ପାଇଁ ସହାୟତାର ହାତ ବଢ଼ାଇପାରିବେ । ତେବେ ଅନ୍ୟ କିଛି ସମସ୍ୟା ଥିଲେ କିମ୍ବା ଅଧିକ ସୂଚନା ଜାଣିବାକୁ ହେଲେ ତଳେ ଦିଆଯାଇଥିବା ନମ୍ବରରେ ଆପଣ ଯୋଗାଯୋଗ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe