ତାଣ୍ଡବ ରଚି ବାତ୍ୟା ‘ଫୋନି’ ଫେରିଯିବା ପରେ ଏବେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଉପରେ ରାଜ୍ୟ ସରକାର ଜୋର ଦେଇଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିବା ସହ ଶୀଘ୍ର ସ୍ଥିତି ସ୍ୱାଭାବିକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି-
- ପୁରୀ ଜିଲ୍ଲା ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଚଳ ଯାହା ସବୁଠାରୁ ଅଧିକ ଗୁରୁତର ଭାବେ ପ୍ରଭାବିତ ସେହି ସ୍ଥାନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ପରିବାର ସଦସ୍ୟଙ୍କୁ ୫୦ କିଲୋ ଚାଉଳ ଏବଂ ୨ ହଜାର ଟଙ୍କା ସହ ପଲିଥିନ ଯୋଗାଇ ଦିଆଯିବ ।
- ସେହିଭଳି ଖୋର୍ଦ୍ଧାର କିଛି ଅଂଚଳ ଯାହା ଅଧିକ ପ୍ରଭାବିତ ହୋଇଛି ସେହି ସ୍ଥାନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ପରିବାର ସଦସ୍ୟଙ୍କୁ ଅତିରିକ୍ତ ଏକମାସର ଚାଉଳ କୋଟା ଦିଆଯିବା ସହ ଏକ ହଜାର ଟଙ୍କା ଓ ପଲିଥିନ ଯୋଗାଯିବ ।
- କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର କିଛିକାଂଶରେ ପ୍ରଭାବିତ ହୋଇଛି । ଏସବୁ ସ୍ଥାନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ପରିବାର ସଦସ୍ୟଙ୍କୁ ୫୦୦ ଟଙ୍କା ସହ ଗୋଟିଏ ମାସର ଚାଉଳ କୋଟା ପ୍ରଦାନ କରାଯିବ ।
- ସମସ୍ତ ପ୍ରଭାବିତ ଜିଲ୍ଲାରେ ଏକମାସର ଅତିରିକ୍ତ ପେନସନ ସହ ରିଲିଫ କୋଡ ଅନୁସାରେ ଗୃହ ନିର୍ମାଣ ସହାୟତା ପ୍ରଦାନ କରାଯିବ ।
ଘର ପୁରା ଭାଙ୍ଗିଯାଇଥିଲେ ୯୫, ୧୦୦ ଟଙ୍କା
କିଛିକାଂଶରେ ଭାଙ୍ଗିଥିଲେ ୫, ୨୦୦ ଟଙ୍କା
ଆଂଶିକ କ୍ଷତି ହୋଇଥିଲେ ୩, ୨୦୦ ଟଙ୍କା
- ଯେଉଁ ସବୁ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଛି ସେସବୁ ଘରକୁ ଗୃହ ନିର୍ମାଣ ସ୍କିମ ଅଧୀନରେ ତ୍ୱରାନ୍ୱିତ ପ୍ରକ୍ରିୟାରେ ନିର୍ମାଣ କରାଯିବ ।
- ଗୃହପାଳିତ ପଶୁଙ୍କ ଜୀବନହାନୀ ଓ ଫସଲ କ୍ଷତିର ଆକଳନ ସହ କ୍ଷତିପୂରଣ ପ୍ରଦାନ କରାଯିବ ।
- ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସରିବା ପରେ ବୃକ୍ଷରୋପଣ କାର୍ଯ୍ୟକୁ ମିଶନ ମୋଡରେ ଆରମ୍ଭ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/078ac106f32194792643f552d85d1dd8.jpg)
/kanak/media/post_attachments/wp-content/uploads/2019/05/sunil-bb-300x140.jpg)