ଦକ୍ଷିଣ ଆଫ୍ରିକାରେ ସାମୁଦ୍ରିକ ଝଡ । ୭୦୦ ଟପିଲା ମୃତ୍ୟୁସଂଖ୍ୟା 

Advertisment
ଦକ୍ଷିଣ ଆଫ୍ରିକାରେ ସାମୁଦ୍ରିକ ଝଡ । ୭୦୦ ଟପିଲା ମୃତ୍ୟୁସଂଖ୍ୟା 

Flooded buildings are seen in Beira, Mozambique, in the aftermath of Cyclone Idai, March 23, 2019. REUTERS/Mike Hutchings

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ଼ ଇଦାଇ ଜନିତ ମୃତ୍ୟୁସଂଖ୍ୟା ଏବେ ୭୩୨ରେ ପହଞ୍ଚିଛି। ମୋଜାମ୍ବିକ୍ ଏବଂ ପଡ଼ୋଶୀ ଜିମ୍ବାୱେରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି। ମୋଜାମ୍ବିକରେ ୪୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜିମ୍ବାୱେରେ ୨୫୯ ଜଣଙ୍କ ମୃତ୍ୟୁ ହୋଇଛି। ସାମୁଦ୍ରିକ ଝଡ଼ ଜନିତ ପ୍ରବଳ ବର୍ଷା ହେତୁ ମଲାୱିରେ ୫୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସମସ୍ତ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
publive-imageଘଣ୍ଟାକୁ ୨୦୦ କିମି ବେଗରେ ପବନ ବୋହି ମୋଜାମ୍ବିକରେ ଯେଉଁ ବ୍ୟାପକ କ୍ଷୟକ୍ଷତି ହୋଇଛି ସେଥିରୁ ମୁକୁଳିବାପାଇଁ ଲୋକେ ଏବେ ପ୍ରୟାସ ଚାଲିଛି । ଲୋକମାନଙ୍କୁ ବୋଟ୍ ଏବଂ ହେଲିକପ୍ଟର ଦ୍ବାରା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe