ଚିକିଟି-ଛତ୍ରପୁର ଦେଇ ଅତିକ୍ରମ କରିବ ବାତ୍ୟା: ପୂର୍ବାନୁମାନ କଲା ସୋଆ 

320

କନକ ବ୍ୟୁରୋ: ବାତ୍ୟା ଚିକିଟି-ଛତ୍ରପୁର ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରାଯାଉଛି । ସେହିପରି ଗୁଲାବ ପ୍ରଭାବରେ ୧୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା । ସୋଆ ପକ୍ଷରୁ ବାତ୍ୟାର ଗତିପଥକୁ ନେଇ ପୂର୍ବାନୁମାନ କରାଯାଇଛି ।

ଗଞ୍ଜାମ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, କଟକ, କନ୍ଧମାଳ, ପୁରୀ, କେନ୍ଦ୍ରାପଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀରରେ ବର୍ଷା ଆଶଙ୍କା ରହିଛି । ଆଜିଠାରୁ ସୋମବାର ଅପରାହ୍ନ ଯାଏଁ ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି ।