ଆସୁଥିବା ବାତ୍ୟା ଫସଲ ଭସେଇ ନେବା ଆଶଙ୍କା: ବର୍ଷା ପାଣିରେ ଭିଜିବା ଆଗରୁ ତରତର ହୋଇ ପାଲିଚା ଧାନକୁ କାଟି ପକାଉଛନ୍ତି ଚାଷୀ

135

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟା ‘ଯାୱାଦ’କୁ ଚାଷୀ ମାନେ ଛାନିଆ ହେଇଯାଇଛନ୍ତି । ବାତ୍ୟା ଭୟରେ ଧାନ ସମ୍ପୁର୍ଣ୍ଣ ପାଚି ନ ଥିଲେ ମଧ୍ୟ ଚାଷୀମାନେ ଏହାକୁ ଅମଳ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । କନ୍ଧମାଳ ଜିଲ୍ଲାରେ ଚାଷୀ ମାନେ ଜମିରୁ ଧାନ କାଟିବା ଆରମ୍ଭ କରିଦେଇଛନ୍ତି । ଧାନ କାଟି ଖଳାରେ ରଖିଲେ ବର୍ଷା ପାଣିରେ ଗଜା ହୋଇଯିବା ଭୟ ରହିଛି । ଏପରି ସ୍ଥଳେ ବର୍ତମାନ ଜମିରୁ ଧାନକୁ କାଟି ନେଇ କେଉଁ ଜାଗାରେ ରଖିବେ ତାକୁ ନେଇ ମଧ୍ୟ ଚାଷୀ ମାନଙ୍କ ଚିନ୍ତା ବଢିଯାଇଛି ।

ଉପକୂଳବର୍ତି ଜିଲ୍ଲା ଗୁଡିକରେ ବର୍ଷା ହେବାର ଅଧିକ ଆଶଙ୍କା ରହୁଥିବାରୁ ଭଦ୍ରକ ଜିଲ୍ଲାର ଚାଷୀମାନେ ଧାନ କାଟିବା ଆରମ୍ଭ କରିଛନ୍ତି । ୪ ତାରିଖରୁ ବର୍ଷା ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଧାନକୁ କାଟି ଅମଳ କରିବା ପାଇଁ ଚାଷୀମାନେ ପ୍ରୟାସ ଜାରି ରଖିଛନ୍ତି । ଯଦି ବର୍ଷା ଅଧିକ ପରିମାଣ ହୁଏ ତେବେ ଧାନ ପାଣିରେ ଭିଜି ନଷ୍ଟ ହୋଇଯିବାର ଆଶଙ୍କା ମଧ୍ୟ ରହିଛି ।